Latest Odisha News

ବିଟକଏନ୍ ଠକେଇ ମାମଲାରେ ଜଣେ ଗିରଫ

ଖୋର୍ଦ୍ଧା: ବିଟକଏନ୍ ବ୍ୟବସାୟରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ ପୋଲିସ ଖୋର୍ଦ୍ଧା ଜିଲ୍ଲା ଜଟଣୀରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତଙ୍କ ନାମ ଶିଶିଭୂଷଣ ମିଶ୍ର ଏବଂ ସେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମ୍ୟାଲେରିଆ ୱାର୍ଡର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ।

ସ୍ଥାନୀୟ ଗାନ୍ଧି ପଡିଆ ନିକଟରେ ଶଶିଭୂଷଣ ଏକ କମ୍ପ୍ୟୁଟର ସେଣ୍ଟର ଖୋଲି ସାଧାରଣ ଲୋକଙ୍କ ଠାରୁ କୋଟି କୋଟି ଟଙ୍କାର ଅର୍ଥନେଇ ଏହି ଡିଜିଟାଲ କରେନ୍ସିରେ ଲଗାଉଥିଲା । ପରେ ସେ ଲୋକମାନଙ୍କୁ ଅର୍ଥ ଫେରାଇନଥିବା ଅଭିଯୋଗ ହୋଇଥିଲା ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।

ତେବେ ଗତକାଲି ବିଳମ୍ବିତ ରାତିରେ କିଛି କ୍ଷତିଗ୍ରସ୍ତ ଜମାକାରୀ ଶଶିଭୂଷଣକୁ କାବୁ କରିବା ପରେ ପୋଲିସକୁ ହସ୍ତାନ୍ତର କରିଥିଲେ ।

Comments are closed.