Latest Odisha News

ଆଜିଠୁ କଂଗ୍ରେସର “ଦେଶ ପାଇଁ ଦାନ” ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ୧୮ ଡିସେମ୍ବର ଠାରୁ ୨୮ ଡିସେମ୍ବର ଦଶ ଦିନ ପର୍ଯ୍ୟନ୍ତ ଭାରତ ବର୍ଷର ଜନସାଧାରଣଙ୍କ ପାଖରୁ “ଦେଶ ପାଇଁ ଦାନ” କାର୍ଯ୍ୟକ୍ରମ ଜାରି ରହିବ । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ।

BjdElectrycity

ଏହି କାର୍ଯ୍ୟକ୍ରମ ଅନୁସାରେ କଂଗ୍ରେସ କର୍ମୀ ପ୍ରତ୍ୟେକ ବୁଥ୍ ର ଅନ୍ୟୁନ ୧୦ ଟି ଘରକୁ ଚିହ୍ନଟ କରି ସର୍ବନିମ୍ନ ୧୩୮ ଟଙ୍କା ଦାନ କରବା ପାଇଁ ଅନୁରୋଧ କରିବେ । ଏହି ଦାନ ରାଶି ଅନ୍‌ଲାଇନ ମାଧ୍ୟମରେ ଗ୍ରହଣ କରାଯିବ । ଏଥିପାଇଁ ଅଖିଳ ଭାରତ ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ ଦିଲ୍ଲୀ ଠାରେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଦୁଇଟି ଲିଙ୍କ୍ ପ୍ରଦାନ କରିଛନ୍ତି ।

ଦାତା ୧୩୮ ଟଙ୍କା ବା ୧୩୮ ଟଙ୍କାର ଗୁଣିତକ ରାଶି ଯଥା ୧୩୮୦ ଟଙ୍କା, ୧୩ ହଜାର ୮୦୦ ଟଙ୍କା ପ୍ରଦାନ କରିପାରିବେ । ଏନେଇ ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି । ୨୯ ତାରିଖ ଠାରୁ କଂଗ୍ରେସ କର୍ମୀମାନେ ଘର ଘର ବୁଲି “ଦେଶପାଇଁ ଦାନ” ଚାଲୁ ରଖିବେ । କେବଳ କଂଗ୍ରେସ ପରିବାର ନୁହେଁ କଂଗ୍ରେସ ପରିବାର ବାହାରେ ଥିବା ଶୁଭେଚ୍ଛୁ ବନ୍ଧୁ ଓ ଅନୁଷ୍ଠାନ ମାନଙ୍କୁ ଦାନ କାର୍ଯ୍ୟକ୍ରମରେ ସାମିଲ କରିବାକୁ ନିବେଦନ କରିବେ ।

ଭାରତୀୟ ଜାତୀୟ କଂଗ୍ରେସର ଗରିମାମୟ ଇତିହାସକୁ ମନେ ପକାଇ ଦେଇ ସଭାପତି ପଟ୍ଟନାୟକ କହିଛନ୍ତି ଯେ ଭାରତୀୟ ଜାତୀୟ କଂଗ୍ରେସ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ୧୯୨୦-୨୧ ମସିହାରେ ତିଳକ ସ୍ୱରାଜ ଫଣ୍ଡ ଗଠନ କରିଥିଲେ । ଭାରତ ବର୍ଷର ଜନସାଧାରଣଙ୍କ ପାଖରୁ ଏହି ଫଣ୍ଡ ପାଇଁ ଦାନ ରାଶି ଗ୍ରହଣ କରିଥିଲେ । ଏବେ ୧୩୮ ବର୍ଷର ଭାରତୀୟ ଜାତୀୟ କଂଗ୍ରେସର ଏହି ସ୍ୱର୍ଣ୍ଣିମ ଯାତ୍ରାକାଳର ଭାରତ ବର୍ଷ ଜନସାଧାରଣଙ୍କ ଦାନ ଓ ଅକୁଣ୍ଠ ସମର୍ଥନ ଆଶା କରନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ପ୍ରକାଶ ଥାଉକି ଏଥିପାଇଁ ଅନଲାଇନ ପୋଟାଲ ଯଥାକ୍ରମେ : (୧) donateinc.in ଏବଂ (୨) www.inc.in ଖୋଲାଯାଇଛି । ଏହି ସମ୍ମିଳନୀରେ ଉଦବୋଧନ ଦେଇ ପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ମହାତ୍ମା ଗାନ୍ଧୀଙ୍କୁ ଉଦ୍ଧାର କରି କହିଥିଲେ ଯେ “ସଂକଟରେ ପଡ଼ିଲେ ଲୋକଙ୍କୁ ପାଖକୁ ଯିବ।” ବର୍ତ୍ତମାନ କଂଗ୍ରେସ ଆର୍ଥିକ ସଂକଟର ସାମନା କରୁଥିବାରୁ ଦେଶବାସୀଙ୍କ ଠାରୁ ଆର୍ଥିକ ସହଯୋଗ ଲୋଡ଼ିବାର ନିଷ୍ପତି ନେଇଛି ।

ଶ୍ରୀ ବେହେରା କହିଛନ୍ତି ଯେ, ଲୋକମାନଙ୍କ ଠାରୁ ସଂଗୃହିତ ଅର୍ଥରାଶି କେବଳ ଯେ କଂଗ୍ରେସ ନିର୍ବାଚନୀ ପାଣ୍ଠି ସୃଷ୍ଟି କରିବ ତା ନୁହେଁ, ଗଣତନ୍ତ୍ର ଓ ସମ୍ବିଧାନ ବିରୋଧି କେନ୍ଦ୍ର ସରକାର ବିରୁଦ୍ଧରେ ଶକ୍ତିଶାଳୀ ସଂଗ୍ରାମ କରିବାକୁ ଆତ୍ମବିଶ୍ୱାସ ଯୋଗାଇବ । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଓ ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ପଂଚାନନ କାନୁନଗୋ ଉପସ୍ଥିତ ଥିଲେ ।

Leave A Reply

Your email address will not be published.