ମୁମ୍ବାଇ: ଗତକାଲି ବଲିଉଡର ଜଣାଶୁଣା ଅଭିନେତା ଅମିତାଭ ବଚ୍ଚନଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଥିଲା । ୮୧ ବର୍ଷୀୟ ଅଭିନେତା ଗତକାଲି କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ କିଛି ଗଣମାଧ୍ୟମରେ ଖବର ଆସିଥିଲା ଯେ ତାଙ୍କ ଗୋଡ଼ରେ ଜମାଟ ବାନ୍ଧିବାରୁ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ଖବରକୁ ଖଣ୍ଡନ କରାଯାଇଛି ।
ବର୍ତ୍ତମାନ ଜଣାପଡିଛି ଯେ ଅଭିନେତା ଜଣଙ୍କ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି । ସେ କୌଣସି ହସ୍ପିଟାଲକୁ ଯାଇ ନାହାଁନ୍ତି କି ତାଙ୍କର କୌଣସି ଆଞ୍ଜିଓପ୍ଲାଷ୍ଟି କରାଯାଇନି । ବର୍ତ୍ତମାନ ଅଭିନେତାଙ୍କ ଦ୍ଵାରା ସୋସିଆଲ ମିଡିଆ ଆପ୍ ଏକ୍ସରେ ପୋଷ୍ଟ କରାଯାଇଥିବା ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଭିନେତା ଜଣଙ୍କ ଏକ ଷ୍ଟାଡିଅମରେ ନିଜ ଟିମ୍ କୁ ଚିୟର କରିବାର ଦେଖିବାକୁ ମିଳିଛି । ଏଥିସହ ଅଭିନେତା ଜଣଙ୍କ ସମ୍ପୁର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି ।
T 4951 – Humbled by the immense knowledge that the GREAT SACHIN possess about the game of Cricket .. spent such valuable time in the evening FINALS of the ISPL .. pic.twitter.com/CuwHiSBd3M
— Amitabh Bachchan (@SrBachchan) March 15, 2024
ଭାଇରାଲ ହେଉଥିବା ଭିଡିଓରେ ଥାନେର ଦାଦୋଜୀ କୋଣ୍ଡାଦେବ ଷ୍ଟାଡିଅମରେ ଅମିତାଭ୍ ନିଜ ଟିମକୁ ଚିୟର-ଅଫ କରୁଥିବା ଦେଖିବାକୁ ମିଳିଛି । ବିଗ୍ ବିଙ୍କ ସହ ତାଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ୟ ସେଠାରେ ଅଛନ୍ତି । ଭାଇରାଲ ଭିଡିଓରେ ଅମିତାଭ ବଚ୍ଚନ ଏକ ଧଳା ରଙ୍ଗର ହୁଡି ପିନ୍ଧିଥିବାର ନଜର ଆସିଛନ୍ତି । ତାଙ୍କ ସହ ସେଠାରେ କିମ୍ବଦନ୍ତୀ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।
ରିପୋର୍ଟ ଅନୁସାରେ, ମ୍ୟାଚ ପରେ ଯେତେବେଳେ ଅମିତାଭ୍ ଷ୍ଟାଡିଅମ ବାହାରକୁ ବାହାରିଥିଲେ ସେତେବେଳେ ସାମ୍ବାଦିକ ମାନେ ତାଙ୍କୁ ତାଙ୍କ ସ୍ଵାସ୍ଥ୍ୟକଥା ପଚାରିଥିଲେ । ଏହି ପ୍ରଶ୍ନର ଉତ୍ତରରେ ଅମିତାଭ୍ ତାଙ୍କ ସ୍ଵାସ୍ଥ୍ୟକୁ ନେଇ ଉଠିଥିବା କଥାକୁ ଖଣ୍ଡନ କରିଥିଲେ । ସେ କହିଥିଲେ ଯେ, ଏଇଟା ସମ୍ପୁର୍ଣ୍ଣ ମିଥ୍ୟା ଖବର ।
Comments are closed.