Latest Odisha News

BREAKING NEWS

ବିଗିଡ଼ିଲା କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା, ୪୬କୁ ଖସିଲା ସୁଗାର ଲେବଲ

ନୂଆଦିଲ୍ଲୀ: ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା। ଇଡି ହେପାଜତରେ ଖରାପ ହେଲା କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ। ତାଙ୍କର ସୁଗାର ଲେବଲ କ୍ରମାଗତ ଭାବରେ ତଳକୁ ଖସୁଛି ଏବଂ ବଢୁଛି। ସୁଗାର ଲେବଲ ୪୬କୁ ଖସି ଆସିଛି। ସୁଗାର ଲେବଲ ଏତେ କମ ହେବା ଅତ୍ୟନ୍ତ ବିପଜ୍ଜନକ ବୋଲି ଡାକ୍ତରମାନେ କହିଛନ୍ତି।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ସୁନୀତା କେଜ୍ରିୱାଲ କହିଛନ୍ତି ଯେ ସେ ମଙ୍ଗଳବାର ସନ୍ଧ୍ୟାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ ଏବଂ ତାଙ୍କ ମଧୁମେହ ସ୍ତରର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ପ୍ରକଟ କରିଥିଲେ। ସେ କହିଛନ୍ତି, “ମୁଁ ଗତକାଲି ଜେଲରେ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲି, ତାଙ୍କର ମଧୁମେହ ଅଛି ଏବଂ ତାଙ୍କର ସୁଗାର ଲେବେଲ ନିୟନ୍ତ୍ରଣରେ ନାହିଁ।”

ଏହା ବ୍ୟତୀତ ସୁନୀତା କହିଛନ୍ତି, ଇଡି ଘନ ଘନ ଚଢାଉ କରିବା ପରେ ମଧ୍ୟ ଗୋଟିଏ ବି ଟଙ୍କା ମିଳି ନଥିଲା ଏବଂ ମାର୍ଚ୍ଚ ୨୮ରେ କୋର୍ଟରେ ହୋଇଥିବା ଅବକାରୀ ପଲିସି ସ୍କାମରେ ତାଙ୍କ ସ୍ବାମୀ ଏକ ବଡ ଖୁଲାସା କରିବେ। ଦୁଇ ବର୍ଷର ଅନୁସନ୍ଧାନ ସତ୍ତ୍ୱେ ଇଡି ଗୋଟିଏ ପଇସା ପ୍ରମାଣ ମଧ୍ୟ ପାଇପାରି ନାହିଁ। ସେମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଚଢାଉ କରିଥିଲେ ମାତ୍ର ୭୩,୦୦୦ ଟଙ୍କା ପାଇଥିଲେ।

Comments are closed.