ଭୁବନେଶ୍ବର : ଓଡିଶାର ନିର୍ବାଚନୀ ପାଣିପାଗ ବଦଳାଇବ କି ମୋଦି ହାୱା ! ପ୍ରଥମ ପ୍ରଚାରରେ ଜୋଶ୍ ଭରିଲେ । ଶପଥ ତାରିଖ କହି ସିଧା ଟାର୍ଗେଟ୍ କଲେ । ମୋଦିଙ୍କ ପ୍ରଥମ କ୍ୟାମ୍ପେନିଂରେ ହିଁ ବିଜେଡି ନେତାଙ୍କ ନିଦ ହଜିଥିବା ବିଜେପି ନେତା କହୁଛନ୍ତି । ତେବେ ବିଜେପି ସରକାର ଗଢିବା ନେଇ ମୋଦିଙ୍କ କନଫିଡେନ୍ସ ବଢାଇଲାଣି କି ବିଜେଡିର ଚିନ୍ତା ? କାହିଁକି ଅପରେସନ୍ ଲୋଟସ ନେଇ ଆଶଙ୍କା କରୁଛନ୍ତି ଭିକେ ପାଣ୍ଡିଆନ ? ରାଜ୍ୟରେ ଭୋଟ ସୁଇଂ କରିବ କି ମୋଦି ହାୱା ?
ମାଇଲେଜ୍ ଦେବ ମୋଦି ହାୱା !
କ୍ୟାମ୍ପେନିଂର ପ୍ରଥମ ଓଭରରେ ହିଁ ଛକା ପରେ ଛକା ଲଗାଇଲେ ମୋଦି । ବ୍ରହ୍ମପୁର ଓ ନବରଙ୍ଗପୁରରେ ବିଜେଡି ସରକାରର ଏକ୍ସପାରୀ ଡେଟ୍ ଘୋଷଣା କଲେ । ରାଜ୍ୟରେ ଜୁନ୍ ୧୦ରେ ବିଜେପି ସରକାର ଗଢିବ ବୋଲି କନଫିଡେନ୍ସ ଦେଖାଇଲେ । ତ୍ରିପୁରାର ଉଦାହରଣ ଦେଇ ଓଡିଶାରେ ପଦ୍ମ ଫୁଟିବାର ଦମ୍ଭୋକ୍ତି ରଖିଲେ । ମୋଦିଙ୍କ ପ୍ରଚାର ପରେ ଗେରୁଆ ଶିବିର ଫୁଲ୍ ଜୋଶରେ ରହିଛି । ମୋଦିଙ୍କ ସହ ରାଜ୍ୟକୁ ପ୍ରତିଦିନ ଗଣ୍ଡା ଗଣ୍ଡା ଜାତୀୟସ୍ତରର ବିଜେପି ନେତା ଆସୁଛନ୍ତି । ମୋଦିଙ୍କ ଘୋଷଣାକୁ ବାରମ୍ବାର ଦୋହରାଉଛନ୍ତି ।
ହାୱା ବଦଳାଇବ ମୋଦିଙ୍କ ନାରେଟିଭ୍
ବିଜେପି ଏଥର କ୍ଷମତାକୁ ଆସିବା ନେଇ ନିର୍ବାଚନ ପୂର୍ବରୁ ହିଁ ଏକପ୍ରକାର ନାରେଟିଭ ତିଆରି କରୁଛି ବିଜେପି । ଏହା ରାଜ୍ୟ ବିଜେପି ପ୍ରାର୍ଥୀ, ନେତା ଓ କର୍ମୀଙ୍କ ଜୋଶ୍ ବଢାଇଛି । କାହାକୁ ଭୋଟ୍ ଦେବେ, ସେନେଇ ନିଷ୍ପତ୍ତି ନେଇନଥିବା ଜନତାଙ୍କୁ ଏହା ପ୍ରଭାବିତ କରିପାରେ । ଏହାଦ୍ୱାରା କେବଳ ବିଜେଡି ପ୍ରତି ସମର୍ଥନ ନଅଜାଡି ନିରପେକ୍ଷ ରହିବାକୁ ଚିନ୍ତା କରିବ ରାଜ୍ୟର ପ୍ରଶାସନିକ କଳ । କେବଳ ବିଜେଡିକୁ ଫଣ୍ଡ ଦେଉଥିବା ବ୍ୟବସାୟୀ ଏବେ ବିଜେପି ପାଇଁ ବି ହାତ ଖୋଲିବାକୁ ଚାହିିଁବେ । ତେଣୁ ମୋଦିଙ୍କ ନାରେଟିଭକୁ ବେଶିରୁ ବେଶି ପ୍ରଚାର କରୁଛି ରାଜ୍ୟ ବିଜେପି ।
ମୋଦିଙ୍କ ଆଟାକ୍ ଦୁର୍ବଳ କାଉଣ୍ଟର !
ବିଜେପିର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଲ୍ ପରେ ଗୋଲ୍ ମାରୁଛନ୍ତି । ହେଲେ ଲାଗୁଛି କାଉଣ୍ଟର କରିବାରେ ବିଜେଡି କେଉଁଠି ନା କେଉଁଠି ପଛରେ ପଡିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଶାଣିତ ପ୍ରତିକ୍ରିୟା ଦେଉନାହାନ୍ତି । ଭିକେ ପାଣ୍ଡିଆନ ଯଦିଓ ପ୍ରତିକ୍ରିୟା ରଖୁଛନ୍ତି, ତେବେ ଟାର୍ଗେଟ୍ କେବଳ ରାଜ୍ୟ ବିଜେପିକୁ ହିଁ କରୁଛନ୍ତି । ମୋଦିଙ୍କ ସହ ବିଜେପିର ଅନେକ ହେଭିୱେଟ୍ ନେତା ପ୍ରତିଦିନ ଆଟାକ୍ କରୁଛନ୍ତି । ହେଲେ ନବୀନ ଓ ପାଣ୍ଡିଆନଙ୍କ ଛଡା ବିଜେଡିରୁ ସେଭଳି ଶାଣିତ ସ୍ୱର ଶୁଭୁନି । ନା କେହି ଟାଣୁଆ ନେତା ସାମନାକୁ ଆସୁଛନ୍ତି ନା ସେଭଳି ଦୃଢ ଯୁକ୍ତି ରଖି ବିଜେପିକୁ ଅଡୁଆରେ ପକାଉଛନ୍ତି ।
ଓଡିଆ ଅସ୍ମିତା, ନେତୃତ୍ୱ ଗଣିତ
ଚବିଶ ନିର୍ବାଚନରେ ଓଡିଆ ଅସ୍ମିତାକୁ ପ୍ରସଙ୍ଗ କରିଛି ବିଜେପି । କେବଳ ରାଜ୍ୟ ନେତା ନୁହେଁ ମୋଦି, ଶାହା ମଧ୍ୟ ପ୍ରଚାରରେ ଓଡିଆ ଅସ୍ମିତାକୁ ଅସ୍ତ୍ର କରି ବିଜେଡିକୁ ବାଣ ମାରୁଛନ୍ତି । ଓଡିଶାର ପୁଅ କିମ୍ବା ଝିଅ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ଏହା କହି ବିଜେଡିକୁ ସିଧାସଳଖ ଟାର୍ଗେଟ୍ କରିଥିଲେ ମୋଦି । ବିଜେଡି ବିଜେପିକୁ ବିକାଶ ବିରୋଧୀ କହି କାଉଣ୍ଟର କରୁଛି । ତେବେ ଓଡିଆ ଅସ୍ମିତାକୁ ନେଇ ଅନେକ ପ୍ରଶ୍ନର ସିଧା ଜବାବ ଦେଉନି । ବିଜେଡି ଜିତିଲେ କିଏ ହେବେ ଉତ୍ତରାଧିକାରୀ, ତାକୁ ନେଇ ମଧ୍ୟ ଜନତାଙ୍କ ମନରେ ଦ୍ୱନ୍ଦ୍ୱ ରହିଛି ।
ରାଜଧାନୀରେ ରୋଡ ଶୋ, ପଶ୍ଚିମରେ ପ୍ରଚାର
ଶୁକ୍ରବାର ପୁଣି ଓଡିଶା ଆସୁଛନ୍ତି ମୋଦି । ଭୁବନେଶ୍ୱରରେ ରାତି ସାଢେ ୮ଟାରେ ରୋଡ୍ ଶୋ କରିବେ । ଓଡିଆ କଳା ଓ ସଂସ୍କୃତିର ୧୦ଟି ଆଇକନ୍ ଏଥିରେ ସ୍ଥାନ ପାଇବ । ଅର୍ଥାତ ପୁଣି ଓଡିଆ ଅସ୍ମିତାକୁ ଅସ୍ତ୍ର କରିପାରନ୍ତି ମୋଦି । ରାଜଭବନରେ ରାତ୍ରୀଯାପନ କରିବା ପରେ ଶନିବାର କନ୍ଧମାଳ, ବଲାଙ୍ଗୀର ଓ ବରଗଡରେ ମାରାଥନ୍ ପ୍ରଚାର କରିବେ । ଦକ୍ଷିଣରେ ବିଜେପି ଦୁର୍ବଳ ରହିଥିବା ବେଳେ ଗତଥର ଉତ୍ସାହ ଭରିଥିଲେ ମୋଦି । ତେବେ ପଶ୍ଚିମରେ ବିଜେପିର ଭଲ ସପୋର୍ଟ ବେସ୍ ରହିଥିବା ବେଳେ ମୋଦିଙ୍କ ପ୍ରଚାର ବିଜେପି ପାଇଁ ଗେମଚେଞ୍ଜର ହୋଇପାରେ । ତେବେ ୨୦୧୪, ୨୦୧୯ରେ ଓଡିଶାରେ କାମ କରିନଥିଲା ମୋଦି ଲହର । ଚବିଶରେ ଗଣିତ ବଦଳାଇପାରିବ କି ମୋଦି ହାୱା ? ପଦ୍ମ ଫୁଟାଇବାରେ କେତେ ସହାୟକ ହେବ ମୋଦି ହାୱା ? ମୋଦିଙ୍କ ମାରାଥନ୍ ପ୍ରଚାର ବଦଳାଇବ କି ନିର୍ବାଚନ ଗେମ୍ ?
BREAKING NEWS
- ହାତୀ ଦାନ କଲେ ଇତିହାସରେ ରହିବ ନାମ: ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥ ସେନାର ସ୍ୱତନ୍ତ୍ର ଅନୁରୋଧ
- ସ୍କୁଲ ବହି ଭୁଲ୍ ପ୍ରସଙ୍ଗ: ସାମ୍ନାକୁ ଆସିଲା ପାଠ୍ୟପୁସ୍ତକ ପ୍ରସ୍ତୁତ କରିଥିବା ହାଇପ୍ରୋଫାଇଲ୍ କମିଟି ତାଲିକା; ଏତେ ବିଶେଷଜ୍ଞ ଥାଇ ବି କେମିତି ରହିଲା ସାଙ୍ଘାତିକ ତ୍ରୁଟି?
- PM SVANidhi:ପିଏମ୍ ସ୍ୱନିଧି ଯୋଜନା; ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କଲେ ରାଜ୍ୟ ସରକାର
- ୨୦ ତାରିଖ ଯାଏ ସୁବର୍ଣ୍ଣପୁରରେ ସ୍କୁଲ ଛୁଟି
- ଭତ୍ତା ସମସ୍ୟାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ବଡ ସୂଚନା..
- ପାଠ୍ୟପୁସ୍ତକ ତ୍ରୁଟି: ୩ ଜଣିଆ କମିଟି ଗଠିତ, ୭ ଦିନରେ ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- ତୁଟିଲା ରଥଖଳା କଳି, ପୁଣି ଆରମ୍ଭ ହେଲା ରଥ କାମ
- ସ୍କୁଲ ବହିରେ ଭୁଲ୍ ପ୍ରସଙ୍ଗ: ସମୀକ୍ଷା ବୈଠକରେ ସିଧାସଳଖ ତ୍ରୁଟିପୂର୍ଣ୍ଣ ପୁସ୍ତକ ମାଗି ଦେଖିଲେ ମୁଖ୍ୟମନ୍ତ୍ରୀ, କାର୍ଯ୍ୟାନୁଷ୍ଠାନ ପାଇଁ ବଡ଼ ସଙ୍କେତ
- ଚାମେଲି ଓଝା ବିବାଦ; ହାଇକୋର୍ଟରେ ଦାୟର ହେଲା ମାମଲା, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ
- ସ୍କୁଲ ବହିରେ ଭୁଲକୁ ନେଇ ତେଜିଲା ରାଜନୀତି: ‘ଗେରୁଆ ନୀତି’କୁ ନେଇ ବିଜେଡିର ହମଲା, ଅତୀତ ମନେପକାଇ ବିଜେପିର ପାଲଟା ଆକ୍ରମଣ

Comments are closed.