Latest Odisha News

BREAKING NEWS

‘କୃତ୍ରିମ ଚିନି’ ଖାଉଛନ୍ତି କି, ହୋଇଯାଆନ୍ତୁ ସାବଧାନ !

ଭୁବନେଶ୍ୱର: ଚିନି ଠାରୁ ନିଜକୁ ଦୂରେଇ ରଖିବା ପାଇଁ କିଛି ଲୋକ କୃତ୍ରିମ ଚିନି ମାନେ ‘ଆର୍ଟିଫିସିଆଲ ସୁଗାର’ ବ୍ୟବହାର କରୁଥିବାରୁ ଦେଖିବାକୁ ମିଳୁଛି । ଏହାକୁ ସେମାନେ ଉତ୍ତମ ବିକଳ୍ପ ବୋଲି ଧରିନେଇଥାନ୍ତି।

ମାତ୍ର ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଏହି କୃତ୍ରିମ ଚିନି ବା ଆର୍ଟିଫିସିଆଲ ସୁଗାର ଖାଇବା ସ୍ବାସ୍ଥ୍ୟ ପାଇଁ ଅନେକ ମାତ୍ରାରେ କ୍ଷତିକାରକ ହୋଇଥାଏ ।

ସୁସ୍ଥ ସ୍ବାସ୍ଥ୍ୟ ଅନେକ ଖାଦ୍ୟ ପଦାର୍ଥଠାରୁ ନିଜକୁ ଦୂରେଇ ରଖିବାକୁ ପ୍ରୋତ୍ସାହିତ କରାଯାଇଥାଏ। କିନ୍ତୁ ଏହାର ବିକଳ୍ପ ଅନୁସାରେ, ଯେଉଁ କୃତ୍ରିମ ଖାଦ୍ୟ ସେବନ କରାଯାଏ, ତାହା ଯେ କେତେ ମାରାତ୍ମକ ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି।

ଗବେଷକଙ୍କ ମତରେ, ବର୍ତ୍ତମାନ ଲୋକଙ୍କ ମସ୍ତିଷ୍କରେ କେବଳ ଗୋଟିଏ ଧାରଣା ସୃଷ୍ଟି ହୋଇଛି ଯେ ପ୍ରତ୍ୟହ କମ୍‌ କ୍ୟାଲୋରୀଯୁକ୍ତ ଖାଦ୍ୟ ସେବନ କରିବା ଆବଶ୍ୟକ। ତେଣୁ ମାର୍କେଟ୍‌ରେ ବିକ୍ରିହେଉଥିବା କୃତ୍ରିମ ଚିନି ଯୁକ୍ତ ଖାଦ୍ୟ ପଦାର୍ଥକୁ ଗ୍ରାହକ ଅଧିକ ଗ୍ରହଣ କରୁଛନ୍ତି । ଯାହାଦ୍ୱାରା ସାଧାରଣ ଚିନି ଯୁକ୍ତ ଖାଦ୍ୟର ସେବନ କମ୍‌ ହେଉଛି।

କିନ୍ତୁ କୃତ୍ରିମ ଚିନିର ବହୁଳ ବ୍ୟବହାର, ଭଲ ବଦଳରେ ଓଲଟା ଫଳ ଦେଉଛି । ଏଥିରୁ କ୍ୟାନସର୍‌, ହୃଦ୍‌ରୋଗ, ପଥରୀ, ଅବସାଦ ଭଳି ସମସ୍ୟା ସୃଷ୍ଟି ହେବାର ଆଶଙ୍କା ବଢୁଛି। ଏଣୁ ଦୈନନ୍ଦିନ ଆର୍ଟିଫିଶିଆଲ୍‌ ସୁଗାର୍‌ ସେବନ ବିଚାର ଉପରେ ଏବେଠୁ ନିୟନ୍ତ୍ରଣ ରଖିବା ପାଇଁ ଗବେଷକ ମାନେ ପରାମର୍ଶ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.