Latest Odisha News

ଭାଗବତ ଗୀତାର ଏହି ୮ଟି କଥା ବଦଳାଇ ଦେବ ଆପଣଙ୍କ ଜୀବନ !

ଭୁବନେଶ୍ୱର: ଜୀବନର ସାର ଭାଗବତ ଗୀତରେ ଲୁଚି ରହିଥିବା କୁହାଯାଏ । ଏହା ଭଗବାନଙ୍କ ମୁଖ ନିସୃତ ବାଣୀ । ଏହାର ପ୍ରତ୍ୟେକଟି ବାଣୀରେ ରହିଛି ମଣିଷ ଜୀବନକୁ ସରଳ ଓ ସୁଖମୟ କରିବାର ଉପାୟ । ଆଜି ଆମେ ଭଗବାନ ଶ୍ରୀକୃଷ୍ଣ ଗୀତରେ କହିଥିବା ୮ଟି କଥା କହିବୁ । ଯାହା ଆପଣଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିବ ।

୧) ଶ୍ରୀକୃଷ୍ଣ ଗୀତାରେ ଏହା କହିଛନ୍ତି ଯେ, ମନୁଷ୍ୟ ଜୀବନରେ ଅନୁଶାସନ ପାଳନ କରିବା ଉଚିତ୍ । ଅନୁଶାସନ ଦ୍ୱାରା ହିଁ ସଫଳତା ମିଳିପାରିବ ।

୨) ବ୍ୟକ୍ତି ନିଜ ଉପରେ ସର୍ବଦା ନିୟନ୍ତ୍ରଣ ରଖିବା ଉଚିତ୍ । ନିୟନ୍ତ୍ରଣ ବିନା ବିନାଶ ନିଶ୍ଚିତ ହୋଇଥାଏ କ୍ରୋଧରେ ବ୍ୟକ୍ତି ନିଜ ନିୟନ୍ତ୍ରଣ ହରାଇ ବସିଥାଏ । ସେଥିପାଇଁ କ୍ରୋଧକୁ ନିୟନ୍ତ୍ରଣ ରଖିବା ଜରୁରୀ ।

୩) ସବୁବେଳେ ନିଜ ଉପରେ ଭରସା ରଖିବା ଦ୍ୱାରା ସବୁ କିଛି ଠିକ୍ ହୋଇଯାଇଥାଏ । ସବୁ ମନୁଷ୍ୟ ନିଜ ମଧ୍ୟରେ ସକ୍ଷମତା ରଖିବା ଉଚିତ୍ । କେବଳ ଜରୁରୀ ଅଟେ କି ସେ ନିଜ ଉପରେ ଆତ୍ମ ବିଶ୍ୱାସ ରଖି ଆଗକୁ ବଢିପାରିବେ ।

୪) ମଣିଷକୁ ସବୁବେଳେ ସବୁ ପରିସ୍ଥିତିର ସାମନା କରିବା ପାଇଁ ପ୍ରସ୍ତୁତ ରହିବାର ଅଛି । ଶ୍ରୀକୃଷ୍ଣଙ୍କ ପାଇଁ ଅଧିକା ନ୍ୟାୟ ମହତ୍ତ୍ୱ ରଖୁଥିଲା । ଏଥିପାଇଁ ମହାଭାରତର ଯୁଦ୍ଧରେ ସେ ଭଗବାନ ହୋଇ ମଧ୍ୟ ଅର୍ଜୁନଙ୍କ ସାରଥୀ ସାଜିଥିଲେ ।

୫) କେବେ ନିଜ ମଧ୍ୟରେ ଉଚ୍ଚ-ନିଚ୍ଚ ଭେଦ ଭାବ ରଖିବା ଉଚିତ୍ ନୁହେଁ । କୃଷ୍ଣ ଓ ସୁଦାମାଙ୍କ ବନ୍ଧୁତା ସେହିପରି ଏକ ଉଦାହରଣ ଅଟେ । ଶ୍ରୀକୃଷ୍ଣଙ୍କ ଅନୁସାରେ ସବୁ ବ୍ୟକ୍ତିଙ୍କୁ ସମ୍ମାନ କରିବା ଉଚିତ୍ ।

୬) ଯେ କୌଣସି କାମକୁ କରିବାକୁ ହେଲେ ଯୋଜନା ବନାଇବା ନିତାନ୍ତ ଜରୁରୀ । ମହାଭାରତରେ ଘଟିତ ହୋଇଥିବା ଏହାର ପ୍ରମାଣ ଅଟେ କି ଯୋଜନା ମୁତାବକ କାର୍ଯ୍ୟରେ ସବୁ କାର୍ଯ୍ୟରେ ସଫଳ ହୋଇପାରନ୍ତି ।

୭) ମନୁଷ୍ୟକୁ ସର୍ବଦା ଖୁସିରେ ରହିବା ଉଚିତ୍ । ମୁହଁରେ ହସ ରହିବା ବଡ ଶକ୍ତି ହୋଇଥାଏ । ଏହାର ବିପରୀତ ପରିସ୍ଥିତିଗୁଡିକ ସହ ଜିତ୍ ହାସିଲ୍ କରିପାରିବାରେ ସହାୟକ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣ ଥରେ ନିଜ ଖୁସି ଦ୍ୱାରା ଗୋଟେ ରାକ୍ଷସକୁ ହରାଇ ଦେଇଥିଲେ ।

୮)  ଅଯଥା ବ୍ୟର୍ଥ ଚିନ୍ତା ଦ୍ୱାରା କିଛି ହେବାର ନାହିଁ । ଜୀବନରେ ସେଇଆ ଘଟିଥାଏ ଯାହା ପରମାତ୍ମାଙ୍କ ଇଚ୍ଛା ଥାଏ । ତେବେ ଖୁସିକୁ ସାଉଁଟି ନେଇ ଦୁଃଖକୁ ଭୁଲି ଆଗକୁ ବଢିବାର ଅଛି । ଏହାର ନାଁ ହିଁ ଜୀବନର ଅର୍ଥ ।

Comments are closed.