Latest Odisha News

BREAKING NEWS

ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ରଥଯାତ୍ରା

ଭୁବନେଶ୍ୱର : ବିଦେଶ ମାଟିରେ ରଥଯାତ୍ରା। ଇଂଲଣ୍ଡର ତୃତୀୟ ବୃତତ୍ତମ ମହାନଗର ମାଞ୍ଚେଷ୍ଟରଠାରେ ଚତୁର୍ଥ ରଥଯାତ୍ରା ଉତ୍ସବ ମହାସମାରୋହରେ ନର୍ଥୱେଷ୍ଟ ଓଡ଼ିଶା ସୋସାଇଟି ଦ୍ୱାରା ଆୟୋଜିତ ଚଳିତବର୍ଷର ରଥଯାତ୍ରାରେ ୫୦୦ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତଗଣଙ୍କର ସମାଗମ ହୋଇଥିବା ଲକ୍ଷ୍ୟ କରାଯାଇଥିଲା।ଏହି ଅବସରରେ ମାଞ୍ଚେଷ୍ଟର ଗୋର୍ଟନର ସାଂସଦ ଅଫଜଲ୍ ଖାଁ ଏବଂ ଭାରତରୁ ଆସିଥିବା ବିଖ୍ୟାତ ଆଧ୍ୟାତ୍ମିକ ପ୍ରବକ୍ତା ଦେବୀ ଚିତ୍ରଲେଖା ଜୀ ଅତିଥି ଭାବରେ ଯୋଗ ଦେଇଥିଲେ ।

ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ବିଶିଷ୍ଟ ସଙ୍ଗୀତଜ୍ଞ ରାକେଶ ଯୋଶୀ ଓ ଦୀନେଶ କୋଚରଙ୍କ ଦ୍ୱାରା ପରିବେଷିତ ସୁମଧୁର ଭଜନ ଏବଂ ସୁଶ୍ରୀ ତନିଶାଙ୍କ ଦ୍ୱାରା ପ୍ରସ୍ତୁତ ଆକର୍ଷଣୀୟ ଓଡ଼ିଶୀ ନୃତ୍ୟ ରେଶ୍ମା ମହାପାତ୍ର, ରାଜିନ୍ଦର ସିଂହ, କାନନବାଳା ମିଶ୍ର, ସୁଶ୍ରୀ ଅନନ୍ତିକା, ଶାନଭି ସାହୁ, ଦ୍ରିଷିକା ପାଣିଗ୍ରାହୀ ଏବଂ ରେଖା ସେନାପତିଙ୍କ ଦ୍ୱାରା ପ୍ରସ୍ତୁତ ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ମଧ୍ୟ ବହୁ ଉଚ୍ଚକୋଟିର ଓ ମନୋରଞ୍ଜକ ଥିଲା।

ସମଗ୍ର ଆୟୋଜନକୁ ସୁଚାରୁ ରୂପେ ସମ୍ପାଦନ କରିବାରେ ସଂଗଠନ କମିଟିର ସଦସ୍ୟ ଶିବ ସେନାପତି, ରେଖା ସେନାପତି, ଶିବରଞ୍ଜନ ବିଶ୍ୱାଳ, ବିଷ୍ଣୁ ଦାଶ, ବିବେକ ବାବୁ, ଜୀବନ ପାଣିଗ୍ରାହୀ, ସୁଧାକର ସାହୁ, ରେଶ୍ମା ମହାପାତ୍ର, ସୁରେନ୍ଦ୍ରନାଥ ଆଚାର୍ଯ୍ୟ ଏବଂ ପ୍ରଭାତ ସିଂହ ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ଏହି ଅବସରେ ରଥଯାତ୍ରା ମହୋତ୍ସବର ଅଭୂତପୂର୍ବ ସଫଳତା ପାଇଁ ଆୟୋଜକ ମାନଙ୍କ ତରଫରୁ ମାଞ୍ଚେଷ୍ଟର କାଉନସିଲ, ମାଞ୍ଚେଷ୍ଟର ପୁଲିସ ଏବଂ ରାଜମାର୍ଗ କର୍ତ୍ତୃପକ୍ଷଙ୍କୁ ସେମାନଙ୍କର ସାହାଯ୍ୟ ଓ ସହଯୋଗ ପାଇଁ କୃତଜ୍ଞତା ଅର୍ପଣ କରାଯାଇଥିଲା।

Comments are closed.