Latest Odisha News

ଏନସିପି ନେତାଙ୍କୁ ହତ୍ୟା

ମୁମ୍ବାଇ: ମୁମ୍ବାଇର ବାଇକୁଲ୍ଲା ଅଞ୍ଚଳରେ ଏନସିପି ନେତାଙ୍କୁ ନିର୍ମମ ଭାବେ ହତ୍ୟା । ସଚିନ କୁର୍ମୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି ଦୁର୍ବୁତ୍ତ । ଘଟଣା ପରେ ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ ମାନେ ।

ଖବର ମୁତାବକ, ଗତ ରାତିରେ ଏନ୍‌ସିପି ଅଜିତ ପାଓ୍ୱାର ଗୋଷ୍ଠୀର ତାଲୁକା ସଭାପତି ସଚିନ କୁର୍ମୀଙ୍କ ଉପରକୁ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏଥିରେ ସଚିନ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଜେଜେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ଘଟଣାରେ ପୋଲିସ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.