ହାଇଦ୍ରାବାଦ: ପୁଷ୍ପା ୨ ରିଲିଜ୍ ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି । ଅଲୁ ଅର୍ଜୁନଙ୍କ ଏହି ଫିଲ୍ମ ଡିସେମ୍ବର ୫ରେ ରିଲିଜ ହେବାକୁ ଯାଉଛି । ନଭେମ୍ବର ୧୭ରେ ଫିଲ୍ମର ଟ୍ରେଲର ରିଲିଜ ହେବାର ସମ୍ଭାବନା ଅଛି । ଫିଲ୍ମଟି ବକ୍ସ ଅଫିସରେ ବମ୍ପର ରୋଜଗାର କରିବ ବୋଲି ଆଶା କରାଯାଉଛି । ଏହାର କାରଣ ହେଉଛି ପ୍ରଥମ ଭାଗର ‘ପୁଷ୍ପା ଦ ରାଇଜ୍’ । ଏହି ଚଳଚ୍ଚିତ୍ରଟି ବେଶ୍ ପସନ୍ଦ ଆସିଥିଲା । ସମସ୍ତେ ତାଙ୍କ ଡ୍ୟାନ୍ସ, ଡାଇଲଗ ଏବଂ କାମକୁ ପସନ୍ଦ କରିଥିଲେ, କିନ୍ତୁ ସେ ଏହି ଚଳଚ୍ଚିତ୍ର ପାଇଁ ପ୍ରଥମ ପସନ୍ଦ ନଥିଲେ ।
ଯେତେବେଳେ ନିର୍ଦ୍ଦେଶକ ସୁକୁମାର ଚଳଚ୍ଚିତ୍ର ‘ପୁଷ୍ପା’ର ଧାରଣା କରିଥିଲେ, ସେତେବେଳେ ସେ ପ୍ରଥମେ ସୁପରଷ୍ଟାର ମହେଶ ବାବୁଙ୍କ ନିକଟକୁ ଯାଇଥିଲେ । ତାଙ୍କୁ ଚଳଚ୍ଚିତ୍ର ଅଫର କରିଥିଲେ । ମହେଶ ମଧ୍ୟ ଏହି ଫିଲ୍ମ ସହିତ ଜଡିତ ରହିଥିଲେ । ସେ କିଛି ପ୍ରସଙ୍ଗରେ ସୁକୁମାରଙ୍କୁ ମଧ୍ୟ ସମର୍ଥନ କରିଥିଲେ । କିନ୍ତୁ କିଛି ଦିନ ପରେ ସେ ଏହି ଫିଲ୍ମ କରିବାକୁ ମନା କରିଦେଇଥିଲେ । ଏହା ପରେ ଅଲୁ ଅର୍ଜୁନଙ୍କ ନିକଟକୁ ପ୍ରସ୍ତାବ ଦେଇଥିଲେ ସୁକୁମାର । ଆଉ ଏହାପର ଠାରୁ ତାଙ୍କର ଭାଗ୍ୟ ଏପରି ବଦଳି ଯାଇଛି ଯେ ଆଜି ସେ ମହେଶ ବାବୁଙ୍କ ଅପେକ୍ଷା ଏକ ବଡ଼ ଷ୍ଟାର ଭାବେ ଉଭା ହୋଇଛନ୍ତି ।
ତେବେ ବର୍ତ୍ତମାନ ‘ପୁଷ୍ପା ୨’ ସହିତ ଅଲୁ ଅର୍ଜୁନ ସମଗ୍ର ଦେଶରେ ରାଜ୍ କରିବାକୁ ପ୍ରସ୍ତୁତ ଥିବାବେଳେ, ମହେଶ ବାବୁ ମଧ୍ୟ ରାଜାମୌଲିଙ୍କ ସହ ତାଙ୍କ ଫିଲ୍ମ ଏସଏସଏମବି୨୯ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏହି ଚଳଚ୍ଚିତ୍ରର ବଜେଟ୍ ପ୍ରାୟ ୧୦୦୦ କୋଟି ଟଙ୍କା ବୋଲି କୁହାଯାଉଛି । କୁହାଯାଉଛି ଯେ ରାଜାମୌଲି ଏହାକୁ ଏକ ପାନୱାର୍ଲ୍ଡ ଫିଲ୍ମ କରିବାକୁ ଚାହୁଁଛନ୍ତି । ଏଥିପାଇଁ ସେ ଅନେକ ହଲିଉଡ ଷ୍ଟୁଡିଓ ସହିତ ମଧ୍ୟ କଥା ହେଉଛନ୍ତି ।
Comments are closed.