Latest Odisha News

BREAKING NEWS

ଉଗ୍ରବାଦୀଙ୍କ ଡରରେ ମଣିପୁର: ନଦୀ ପଠାରୁ ୩ କ୍ଷତବିକ୍ଷତ ଶବ ଉଦ୍ଧାର

ଇମ୍ଫାଲ: ଗତକାଲି ମଣିପୁର-ଆସାମ ସୀମା ନିକଟରେ ଏକ ଶିଶୁ ସମେତ ଦୁଇ ଜଣେ ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ମିଳିବା ଘଟଣା ପୁରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ତେବେ କିଛି ଦିନ ତଳେ ମଣିପୁରର ଜିରିବାମରୁ ୬ ଜଣଙ୍କୁ ଉଠାଇ ନେଇଥିଲେ ଉଗ୍ରବାଦୀ l ନିଖୋଜ ଥିବା ସେହି ୬ ଜଣଙ୍କ ମଧ୍ୟରୁ ଏହି ୩ ତାଙ୍କର ବୋଲି ଅନୁମାନ କରାଯାଉଛି l

ଅଧିକାରୀଙ୍କ କହିବାନୁସାରେ, ଏହି ତିନି ମୃତଦେହକୁ ଆନ୍ତଃରାଜ୍ୟ ସୀମା ନିକଟସ୍ଥ ଏକ ନଦୀ ନିକଟ ତଥା ଅପହରଣ ସ୍ଥାନଠାରୁ ପ୍ରାୟ 15 କିଲୋମିଟର ଦୂରରୁ ଉଦ୍ଧାର କରାଯାଇଛି l ତେବେ ମିଳିଥିବା ମୃତଦେହ ଅପହରଣ ହୋଇଥିବା ଲୋକଙ୍କ କି ନୁହେଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମୃତଦେହ ଚିହ୍ନଟ ପାଇଁ ସିଲଚରକୁ ନିଆଯାଇଛି। ଯଦି ପୋଲିସକୁ ପରିଚୟ ନମିଳେ ତେବେ ମୃତଦେହର ଡିଏନ୍ଏ ପରୀକ୍ଷା କରାଯିବ। ଏହାପରେ ପୁରା ତଥ୍ୟ ସାମ୍ନାକୁ ଆସିବା ବୋଲି କହିଛନ୍ତି ତଦନ୍ତ ଅଧିକାରୀ l

କହିରଖୁଛୁ ଯେ, ଗତ ନଭେମ୍ବର ୧୨ରେ ଜିରିବାମ ଗ୍ରାମରୁ ଦୁଇ ସାଧାରଣ ନାଗରିକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲ l ଏହାର ଗୋଟେ ଦିନ ପୂର୍ବରୁ ଅର୍ଥାତ ସୋମବାର ଦିନ ପୂର୍ବରୁ ସୁରକ୍ଷା କର୍ମୀମାନେ ସିଆରପିଏଫ କ୍ୟାମ୍ପରେ ହୋଇଥିବା ଆକ୍ରମଣର ଜବାବରେ 10 ଜଣ ଉଗ୍ରବାଦୀଂକୁ ହତ୍ୟା କରିଥିଲେ। ଏହା ପରେ ମାଓବାଦୀମାନେ ଉକ୍ତ ଗାଁର ଏକ ପରିବାରର ୬ ଜଣ ସଦସ୍ୟଙ୍କୁ ଅପହରଣ କରି ନେଇଥିଲେ l ସେମାନଙ୍କ ମଧ୍ୟରେ ତିନିଜଣ ମହିଳା ଏବଂ ତିନି ଜଣ ଶିଶୁ ଥିଲେ l

ସୂଚନାଯୋଗ୍ୟ, ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ପୁଣିଥରେ ଅଶାନ୍ତ ହୋଇ ଉଠିଛି ମଣିପୁର। ଏଥିପାଇଁ ୬ ପୋଲିସ ଷ୍ଟେସନରେ ଥିବା ୫ ଜିଲ୍ଲାରେ ଆର୍ମଡ ଫୋର୍ସ ସ୍ପେଶାଲ ପାୱାର ଆକ୍ଟ ବା AFSPA ଲାଗୁ କରାଯାଇଛି । ମଣିପୁରର ପଶ୍ଚିମ ଇମ୍ଫାଲ, ପୂର୍ବ ଇମ୍ଫାଲ, ଜିରିବାମ, କାଙ୍ଗପୋକପାଇ ଓ ବିଷ୍ଣୁପୁର ଅଞ୍ଚଳରେ ଆଫସା ଲାଗୁ କରାଯାଇଛି।

Comments are closed.