ନୂଆଦିଲ୍ଲୀ: ସକାଳୁ କ୍ରମାଗତ ଭାବେ କାମ କରିବା ମଧ୍ୟରେ ଯଦି କିଛି ସମୟ ପାଇଁ ଆରମ କରିବାକୁ ମଳିଯାଏ ତେବେ କେତେ ଭଲ ହୁଅନ୍ତା । କିନ୍ତୁ ଏହା ସମସ୍ଥଙ୍କ ଭାଗ୍ଯରେ ନଥାଏ । ଜାଣନ୍ତି କି ସକାଳୁ ବ୍ୟସ୍ତମୟ ଜୀବନର ଥକାକୁ ହଟାଇବା ଲାଗି ପାଓ୍ବାର ନାପ୍ କେତେ ଲାଭଦାୟକ । ଏହା ଶରୀରକୁ ତାଜା ଅନୁଭବ କରିଦିଏ ।
ପାଓ୍ବାର ନାପ୍ କ’ଣ?
ପାଓ୍ବାର ନାପ୍ ଦିନ ସମୟରେ ନିଆଯାଏ । ଅଳ୍ପ ସମୟ ପାଇଁ ଶୋଇବାକୁ ପାଓ୍ବାର ନାପ୍ କୁହାଯାଏ । ଖରାବେଳେ ପ୍ରାୟ ୧୦ରୁ ୩୦ ମନିଟ୍ ପାଇଁ ଶୋଇଗଲେ ଶରୀରକୁ ପୁଣି ଉର୍ଜା ମିଳିଥାଏ । ପାଓ୍ବାର ନାପ୍ ଦ୍ବାରା ମାନସିକ ଶାନ୍ତି ମିଳେ ଫଳରେ କାମ କରିବାର କ୍ଷମତା ବଢେ । ଏହି କିଛି କ୍ଷଣର ଶୋଇବା ଶରୀରରୁ କ୍ଲାନ୍ତି , ଥକା ଦୂରେଇଥାଏ । ଶରୀର ପ୍ରଫୁଲ୍ଲିତ ହୋଇ ଉଠିଥାଏ ।
ପାଓ୍ବାର ନାପ୍ ର ରହିଛି ଅନେକ ଲାଭ
-ପାଓ୍ବାର ନାପ୍ ନେବା ପରେ ମଣିଷଟି ଅଧିକ ସ୍ପଷ୍ଟତା ସହ ଓ ଧ୍ୟାନ କେନ୍ଦ୍ରିତ କରି କୌଣସି କାର୍ଯ୍ୟ କରିବାରେ ସକ୍ଷମ ହୋଇଥାଏ ।
-ପାଓ୍ବାର ନାପ୍ ଦ୍ବାରା ଡିପ୍ରେସନ୍ କମି ଥାଏ । ଶରୀର ଶାନ୍ତ ଓ ମସ୍ତିଷ୍କ ଶାନ୍ତ ହୋଇଥାଏ ।
ଫଳରେ ମନ ରଖିବା କ୍ଷମତା ବୃଦ୍ଧି ପାଇଥାଏ ।
-ପାଓ୍ବାର ନାପ୍ ନେବା ଦ୍ବାରା କ୍ଳାନ୍ତି କମ୍ ହୋଇଥାଏ ଓ ଫୂର୍ତ୍ତି ଅନୁଭବ ହୁଏ ।
ଖାଇବା ପରେ ପାଓ୍ବାର ନାପ୍ ନେଇପାରିବା କି ?
କିଛି ଲୋକ ପାଓ୍ବାର ନାପ୍କୁ ନେଇ ଭ୍ରମରେ ରହିଥାନ୍ତି । ଖାଇବା ପରେ ପାଓ୍ବାର ନାପ୍ ନେବା କଥା ନୁହେଁ । ଏହା ପୂରା ସତ ନୁହେଁ । ଖାଇବା ପରେ ୧୫ -୨୦ ମିନିଟ୍ ଅପେକ୍ଷା କରନ୍ତୁ । ତାପରେ ପାଓ୍ବାର ନାପ୍ ନିଅନ୍ତୁ ଓ ଏହାର ସମୟ ୧୦-୨୦ ମଧ୍ୟରେ ସୀମିତ ରଖନ୍ତୁ । ଏହା ଶରୀରକୁ ପୁଣି ଥରେ ଚାର୍ଜ କରିବା ପାଇଁ ଲାଭଦାୟକ ରହିବ ।