Latest Odisha News

ଯଦି ପୁରୁଷ ମାନଙ୍କ ଋତୁସ୍ରାବ ହୁଅନ୍ତା, ତେବେ ସେମାନେ ଜାଣିପାରିବେ…

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ଏକ ଶୁଣାଣୀକୁ ନିନ୍ଦା କରିଛନ୍ତି ସୁପ୍ରିମ କୋର୍ଟ। ବୁଧବାର ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ହାଇକୋର୍ଟର ଜଣେ ମହିଳା ବିଚାରପତିଙ୍କୁ ବହିଷ୍କାର କରିବା ପ୍ରସଙ୍ଗରେ କହିଛନ୍ତି। ଗର୍ଭପାତ କାରଣରୁ ତାଙ୍କ ଅବସ୍ଥାକୁ ବିଚାରକୁ ନିଆଯାଇନଥିଲା। ଏହି କାରଣରୁ ଅଜବ ମନ୍ତବ୍ୟ ଦେଇଛନ୍ତି ସୁପ୍ରିମ କୋର୍ଟ। ଯଦି ପୁରୁଷ ମାନଙ୍କ ଋତୁସ୍ରାବ ହୁଅନ୍ତା, ତେବେ ସେମାନେ ଏହା କ’ଣ ଜାଣିପାରନ୍ତେ ବୋଲି ସୁପ୍ରିମ କୋର୍ଟ କହିଛନ୍ତି।

ଜଷ୍ଟିସ ବି ଭି ନାଗରଥନା ଏବଂ ଏନ କୋଟିଶ୍ୱର ସିଂଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ବିଚାରପତିଙ୍କ ବରଖାସ୍ତର ମାନଦଣ୍ଡ ସମ୍ପର୍କରେ ହାଇକୋର୍ଟଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି। ବେଞ୍ଚ ଆହୁରି କହିଛନ୍ତି, ଏପରି ମାନଦଣ୍ଡ ପୁରୁଷ ବିଚାରପତିଙ୍କ କ୍ଷେତ୍ରରେ ହେବା ଆବଶ୍ୟକ। ମହିଳା ଗର୍ଭବତୀ ହେବା ପରେ ତାଙ୍କର ଗର୍ଭପାତ ମଧ୍ୟ ହୋଇସାରିଛି। ଏହିପରି ବରଖାସ୍ତ ଉକ୍ତ ମହିଳାଙ୍କ ଶାରୀରିକ ଓ ମାନସିକ ଆଘାତ। ଯଦି ପୁରୁଷଙ୍କୁ ଋତୁସ୍ରାବ ହୁଅନ୍ତା, ତେବେ ସେମାନେ ଏହାର ପ୍ରକୃତ ଅନୁଭବ କରି ପାରନ୍ତେ ବୋଲି ବେଞ୍ଚ କହିଛନ୍ତି। ଅନ୍ୟପକ୍ଷରେ ମଧ୍ୟ ପ୍ରଦେଶ ହାଇକୋର୍ଟ ଉକ୍ତ ମହିଳା ବିଚାରପତିଙ୍କ ଗର୍ଭପାତ କାରଣରୁ ହୋଇଥିବା ମାନସିକ ଓ ଶାରୀରିକ ଆଶାନ୍ତିକୁ ଅଣଦେଖା କରିଥିବା ସୁପ୍ରିମ କୋର୍ଟ କହିଛନ୍ତି।

ସୂଚନା ଅନୁସାରେ ଜୁନ ୨୦୨୩ ରେ ବିଚାରପତି ଆଦିତି କୁମାର ଶର୍ମାଙ୍କୁ ତାଙ୍କ ସେବା ସମାପ୍ତି ପାଇଁ ଆଦେଶ ପାରିତ ହୋଇଥିଲା। ମଧ୍ୟ ପ୍ରଦେଶ ହାଇ କୋର୍ଟଙ୍କ ଦ୍ବାରା ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି , ୨୦୧୯-୨୦ରେ ବିଚାରପତି ଆଦିତି କୁମାର ଶର୍ମାଙ୍କ କାର୍ଯ୍ୟକ୍ଷମତା ‘ବହୁତ ଖରାପ’ ହୋଇଛି।

Comments are closed.