Latest Odisha News

ସିଙ୍ଗାପୁରରେ ଭାରତୀୟ ନାଗରିକଙ୍କୁ ଜେଲ, ବେଆଇନ ଭାବେ ୫୮କଇଁଛକୁ ନେଇ କରୁଥିଲେ ଯାତ୍ରା

ନୂଆଦିଲ୍ଲୀ: ସିଙ୍ଗାପୁରକୁ ବେଆଇନ ଭାବେ କଇଁଛ ନେଇକି ଯାଉଥିବାରୁ ଜଣେ ଭାରତୀୟ ନାଗରିକଙ୍କୁ ଏକ ବର୍ଷ ଚାରି ମାସ ଜେଲ ଦଣ୍ଡାଦେଶ ହୋଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଅଗଷ୍ଟରେ ଅଭିଯୁକ୍ତ ଜଣକ ୫୮ଟି ଭାରତୀୟ ଷ୍ଟାର କଇଁଛ ସହିତ ଧରାପଡିଥିଲେ।

ଦ ଷ୍ଟ୍ରାଇଟ୍ସ ଟାଇମ୍ସ ରିପୋର୍ଟ ଅନୁସାରେ, ଅଭିଯୁକ୍ତ ଅଗଷ୍ଟ ୨୯ରେ ଭାରତରୁ ସିଙ୍ଗାପୁରର ଚାଙ୍ଗି ବିମାନବନ୍ଦରରେ ପହଞ୍ଚିବା ଥିଲେ । ସେତେବେଳେ ଅଭିଯୁକ୍ତ ଅବଦୁଲ ଜାଫର ହାଜି ଅଲିଙ୍କ ବ୍ୟକ୍ତିଗତ ଲଗେଜରେ କଇଁଛକୁ ଲୁଚେଇକି ରଖିଥିଲେ । ଚାଙ୍ଗି ବିମାନବନ୍ଦରରୁ ସେ ଜାକର୍ତ୍ତା ଯିବାକୁ ଆଉ ଏକ ବିମାନ ଧରିଥାନ୍ତେ ।

୪୦ବର୍ଷୀୟ ଅଲି କଇଁଛମାନଙ୍କୁ ଏକ ସିଲ୍ ବ୍ୟାଗରେ ଲୁଚାଇ ରଖିଥିଲେ, ସେଥିରେ ବାୟୁ ଚଳପ୍ରଚଳ କରୁ ନଥିଲା| ସିଙ୍ଗାପୁରର ଏକ କୋର୍ଟ ଅଲିଙ୍କୁ ବେଆଇନ ଭାବେ ଭାରତୀୟ ଷ୍ଟାର କଇଁଛମାନଙ୍କୁ ଦେଶକୁ ଆଣିବାରେ ଦୋଷୀ ସାବ୍ୟସ୍ତ କରିଛନ୍ତି, କାରଣ ଏହି କଇଁଛ ଅନ୍ତଃରାଷ୍ଟ୍ରୀୟ ପ୍ରକୃତି ସଂରକ୍ଷଣ ସଂଘ(IUCN) ଦ୍ୱାରା ବିଲୁପ୍ତପ୍ରାୟ ପ୍ରଜାତି ଭାବରେ ଘୋଷିତ ହୋଇଛି।

ଏହାପୂର୍ବରୁ ଅଲିଙ୍କ ଉପରେ ବିଲୁପ୍ତପ୍ରାୟ ପ୍ରଜାତି (ଆମଦାନୀ ଏବଂ ରପ୍ତାନି) ଅଧିନିୟମ ଏବଂ ପଶୁ , ପକ୍ଷୀ ଅଧିନିୟମ ଅନୁଯାୟୀ ଆରୋପ ଲାଗିଥିଲା । କାରଣ କଇଁଛମାନଙ୍କର କୌଣସି ଅନିଷ୍ଟ ନହେବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଇ ନଥିଲା ।

ଖବର ଅନୁଯାୟୀ, କଇଁଛମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨୨ ଜଣଙ୍କର ଦୁର୍ବଳ ହୋଇଥିବାର ଦେଖିବାକୁ ମିଳିଥିଲା। ଅଲି ତାଙ୍କ ବନ୍ଧୁଙ୍କଠାରୁ କଇଁଛ ପାଇଥିଲେ, ଯାହା କୋର୍ଟ କାଗଜରେ ‘ଭାଇ’ ବୋଲି ଚିହ୍ନିତ କରାଯାଇଛି | ‘ଭାଇ’ ଅଲିଙ୍କୁ ବିଦେଶ ଭ୍ରମଣ ପାଇଁ ବ୍ୟବସ୍ଥା କରିବାରେ ସାହାଯ୍ୟ କରିଥିଲା, ଯେଉଁଥିରେ ବିମାନ ଟିକେଟ ଏବଂ ରହିବା ବ୍ୟବସ୍ଥା ମଧ୍ୟ ରହିଥିଲା।
ଏହାର ପ୍ରତିବଦଳରେ ‘ଭାଇ’ଜଣକ ଅଲିଙ୍କୁ ପ୍ୟାକ୍ ହୋଇଥିବା ସାମଗ୍ରୀକୁ ଜାକର୍ତ୍ତା ଯାଏଁ ନେଇଯିବାର ସାହାଯ୍ୟ ମାଗିଥିଲେ।

ସିଙ୍ଗାପୁରର ନ୍ୟାସନାଲ ପାକର୍ସ ବୋର୍ଡ (ଏନପାର୍କ)ର ଓକିଲ ଲିମ ଚୋଙ୍ଗ ହୁଇ କହିଛନ୍ତି ଯେ, ଅଲି ପ୍ୟାକେଜ ବସ୍ତୁ ବିଷୟରେ ତାଙ୍କୁ ପଚାରି ନାହାଁନ୍ତି କିମ୍ବା ଅଗଷ୍ଟ ୨୮ରେ ଚେନ୍ନାଇରେ ତାଙ୍କ ଭାଇ ହସ୍ତାନ୍ତର କରିବା ପରେ ସେହି ଜିନିଷର ଯାଞ୍ଚ କରିନାହାଁନ୍ତି। ଆହୁରି ମଧ୍ୟ ଲିମ୍ କହିଛନ୍ତି ଯେ ‘ଭାଇ’ଙ୍କ ଉପସ୍ଥିତିରେ ଲଗେଜ୍ ସାମଗ୍ରୀ ଯାଞ୍ଚ କରିବା ପାଇଁ ଅଭିଯୁକ୍ତଙ୍କ ପାଖରେ ପର୍ଯ୍ୟାପ୍ତ ସୁଯୋଗ ରହିଥିଲା ।

 

 

 

Leave A Reply

Your email address will not be published.