Latest Odisha News

BREAKING NEWS

ଖାଦ୍ୟ ପଦାର୍ଥ ସାଇତି ରଖିବାର ସହଜ ଉପାୟ

ଭୁବନେଶ୍ବର: ଖାଦ୍ୟ ପଦାର୍ଥକୁ ବେଶୀ ଦିନ ସାଇତି ରଖିବାକୁ ସମସ୍ତେ ଚାହିଥା’ନ୍ତି । କିନ୍ତୁ ଆମର ଅସାବଧାନତା ଗୁଣ ଯୋଗୁଁ ଅବା ଅଜଣତାରେ ଖାଦ୍ୟ ପଦାର୍ଥକୁ ବେଶୀ ଦିନ ସାଇତି ରଖି ପାରି ନଥାଉ । ଅମ୍ଭେମାନେ ଯଦି ଟିକିଏ ସାବଧନତା ଅବଲମ୍ବନ କରିବା ତେବେ ଖାଇବା ପଦାର୍ଥ ଶୀଘ୍ର ନଷ୍ଟ ହେବ ନାହିଁ । ତେବେ କିପରି ଖାଦ୍ୟ ପଦାର୍ଥ ବେଶୀ ଦିନ ପାଇଁ ସାଇତି ରଖି ପାରିବା ଆସନ୍ତୁ ଜାଣିବା..

ଆଚାରକୁ ବହୁତ ଦିନ ସାଇତି ରଖିବେ କିପରି-
ଆଚାରରେ ବେଳେବେଳେ ଫିମ୍ପି ମାରିଯାଏ । ଫିମ୍ପି ନମାରିବା ପାଇଁ ଆଚାର ରଖିବା ବୋତଲକୁ ଭଲଭାବେ ପୋଛି ଶୁଖାଇ ନିଅନ୍ତୁ । ତା’ପରେ ସୋରିଷ ତେଲ ମିଶେଇ ବୋତଲର ଭିତର ପଟେ ଲଗେଇ ଦିଅନ୍ତୁ । ତାପରେ ସେଇ ବୋତଲରେ ଆଚାର ରଖନ୍ତୁ । ଏହାଛଡା ଆଚାର ବାହାର କଲାବେଳେ ଶୁଖିଲା ଚାମଚର ବ୍ୟବହାର କରନ୍ତୁ । ଦେଖିବେ ଆଚରରେ ଫିମ୍ପି ଲାଗିବ ନାହିଁ ।

ତେନ୍ତୁଳିକୁ ବହୁଦିନ ସାଇତି ରଖିବେ କିପରି-
ତେନ୍ତୁଳି ଅଧିକ ଦିନ ରହିଲେ ସେଥିରେ ପୋକ ଲାଗିଯାଏ । ଅଧିକ ଦିନ ଯାଏଁ ଏହାକୁ ସାଇତି ରଖିବାକୁ ହେଲେ ପ୍ରଥମେ ତେନ୍ତୁଳିରୁ ମଞ୍ଜି ବାହାର କରି ଦିଅନ୍ତୁ । ତାପରେ ସେଥିରେ ଦରକାର ମୁତାବକ ଲୁଣ ଓ ୨ଚାମଚ ସୋରିଷ ତେଲ ଗୋଳେଇ ଚିନାମାଟି କିମ୍ବା କାଚ ଜାର୍‌ରେ ଏୟାର ଟାଇଟ୍ କରି ରଖନ୍ତୁ । ଦୀର୍ଘଦିନ ପର୍ଯ୍ୟନ୍ତ ତେନ୍ତୁଳିରେ ପୋକ ଲାଗିବ ନାହିଁ ।

ଲେମ୍ବୁକୁ ବହୁଦିନ ସାଇତି ରଖିବେ କିପରି-
ଲେମ୍ବୁ ଶୀଘ୍ର ଶୁଖିଯାଏ । ଏଥିପାଇଁ ଲେମ୍ବୁରେ ଲୁଣ ଲଗେଇ ରଖନ୍ତୁ । ଏହାଛଡା ଲେମ୍ବୁକୁ ତାଜା ରଖିବା ପାଇଁ ଗୋଟିଏ ପାତ୍ରରେ ପାଣି ଭରି ସେଥିରେ ରଖନ୍ତୁ । ଏବଂ ପ୍ରତିଦିନ ପାଣି ବଦଳାନ୍ତୁ ।

ଅଦାକୁ ବହୁଦିନ ସାଇତି ରଖିବେ କେମିତି-
ଅଦାକୁ ଅଳ୍ପ ଓଦା ବାଲିରେ ପୋତି ରଖି ଦିଅନ୍ତି । ବାଲି ଶୁଖିଗଲେ ତାପରେ ଅଳ୍ପ ଅଳ୍ପ ପାଣି ଛିଞ୍ôଚ ଦିଅନ୍ତୁ । ଫଳରେ ଅଦା ବେଶୀ ଦିନ ଯାଏଁ ଭଲ ରହିବ ।

ଆଳୁକୁ ବହୁଦିନ ସାଇତି ରଖିବେ କିପରି-
ଥଣ୍ଡା ଶୁଖିଲା ଜାଗାରେ ବାଲି ଗଦେଇ ତା ଉପରେ ଆଳୁକୁ ଗୋଟି ଗୋଟି କରି ଖେଳେଇ ରଖି ଦିଅନ୍ତୁ । ଦେଖିବେ ବହୁତ ଦିନ ଯାଏଁ ଆଳୁ ପଚିବ ନାହିଁ ।

ଭେଣ୍ଡିକୁ ବହୁତ ଦିନ ସାଇତି ରଖିବେ କେମିତି-
ଭେଣ୍ଡିର ଅଗ ଓ ପଛ କାଟି ପଲିଥିନରେ ଭରି ଦିଅନ୍ତୁ । ତାପରେ ପଲଥିନ୍‌ର ମୁହଁକୁ ଭଲଭାବେ ବାନ୍ଧି ଫ୍ରିଜ୍‌ରେ ରଖନ୍ତୁ । ଫଳରେ ଭେଣ୍ଡି ବହୁ ଦିନ ତାଜା ରହିବ ।

କଟା ପରିବାକୁ ଅଧିକ ସମୟ ସାଇତି ରଖିବେ କିପରି-
କଟା ପରିବାପତ୍ର କିଛି ସମୟ ପାଇଁ ରହିଗଲେ କଳା ପଡିଯାଏ । ତେଣୁ କଟା ପରିବାକୁ ଗରମ ପାଣିରେ ପକେଇ ୩/୪ ସେକେଣ୍ଡ ପାଇଁ ଫୁଟାଇ ଛାଣି ଦିଅନ୍ତୁ । ତାପରେ ସେହି ପରିବାକୁ ପାଣି ନିଗିଡି ଗଲେ ପଲିଥିନିରେ ଭରି ଫ୍ରିଜ୍‌ରେ ରଖି ଦିଅନ୍ତୁ । ପରଦିନ ସମୟ ଦେଖି ରୋଷେଇ କରନ୍ତୁ ।

 

Leave A Reply

Your email address will not be published.