Latest Odisha News

BREAKING NEWS

ତାମିଲନାଡ଼ୁରେ ଝିଅଙ୍କୁ ନିର୍ଯାତନା ପ୍ରତିବାଦରେ ସୁନ୍ଦରଗଡ଼ ବନ୍ଦ ଡାକରା

ସୁନ୍ଦରଗଡ଼: ଆଜି କୋଶଳ ସମାଜ ପକ୍ଷରୁ ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ। ତାମିଲନାଡୁରୁ ନିର୍ଯାତିତ ଓଡ଼ିଆ ଯୁବତୀଙ୍କୁ ଫେରାଇ ଆଣିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ଚାକିରି ନାଁରେ ନିର୍ଯାତନା ଅଭିଯୋଗ ଏବଂ ଫେରାଇ ଆଣିବା ଦାବିରେ ଆନ୍ଦୋଳନ କରାଯାଉଛି। ପତ୍ରାପାଲି ଛକରେ ପିକେଟିଂ ସହ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।

ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରୁ ୯୦ ଜଣ ଝିଅଙ୍କୁ ଦକ୍ଷତା ବିକାଶ ଯୋଜନାରେ ୪୫ ଦିନିଆ ଟ୍ରେନିଙ୍ଗ ଦିଆଯିବ କହି ଆସମାକ୍ସ ନାମକ ସଂସ୍ଥା ଝିଅମାନଙ୍କୁ କଟକ ନେଇ ଯାଇଥିଲା । ପରେ ସେଠାରେ ଟ୍ରେନିଙ୍ଗ ଅବଧି ସରିବା ପରେ ଝିଅ ତଥା ଅଭିଭାବକଙ୍କୁ ନଜଣାଇ ଝିଅମାନଙ୍କୁ ତାମିଲନାଡୁର ଏକ ପୋଷାକ କାରଖାନାରେ ନିୟୋଜିତ କରାଇଥିଲା ସେହି ସଂସ୍ଥା । ଝିଅମାନେ ତାମିଲନାଡୁ ପହଞ୍ଚି କିଛି ଦିନ କାମ କରିବା ପରେ ସେଠାରେ ପାଉଥିବା ଶାରୀରିକ ଓ ମାନସିକ ନିର୍ଯାତନା ବିଷୟରେ ଅଭିଭାବକଙ୍କୁ ଫୋନ୍ ଯୋଗେ ଜଣାଇଥିଲେ।

ପରେ ଅଭିଭାବକମାନେ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇ ଝିଅମାନଙ୍କୁ ଫେରାଇ ଆଣିବାକୁ ଦାବି କରିଥିଲେ। ଏପରିକି ଜିଲ୍ଲାପାଳ ସେହି ପୋଷାକ କାରଖାନା କର୍ତ୍ତୃପକ୍ଷଙ୍କ ସହ କଥା ହୋଇ ଝିଅମାନଙ୍କୁ ଶୀଘ୍ର ଫେରାଇ ଆଣିବେ ବୋଲି ଅଭିଭାବକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମାସେରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ତେଣୁ ଝିଅମାନଙ୍କୁ ଫେରାଇ ଆଣିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ୭ ତାରିଖରୁ କୋଶଳ ସମାଜ ମହାସଚିବ ଦିଲୀପ କୁମାର ପଣ୍ଡାଙ୍କ ନେତୃତ୍ବରେ ଅଭିଭାବକମାନେ ଧାରଣାରେ ବସିଥିଲେ। ଏହା ପରେ ଜାନୁଆରି ୮ ତାରିଖରେ ଝିଅମାନଙ୍କୁ ଫେରାଇ ଆଣିବାକୁ ରାଜ୍ୟ କୌଶଳ ବିକାଶ ଅତିରିକ୍ତ ନିର୍ଦ୍ଦେଶକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Comments are closed.