ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। ବଢାଇଲେ ଭତ୍ତା। ପୁଣି ଦେଲେ ଖୁସି ଖବର। ଗୋଟିଏ ଦିନରେ ଦୁଇ ଦୁଇଟି ବଡ଼ ଘୋଷଣା କରିଛନ୍ତି ରାଜ୍ୟର ମୋହନ ମାଝୀ ସରକାର। ଗୋଟେ ପଟେ ପାଚକ ଓ ପାଚିକାଙ୍କ ପାରିଶ୍ରମିକ ୧ ହଜାର ଟଙ୍କା ବୃଦ୍ଧିକରି ତାହାକୁ ୩ ହଜାର ଟଙ୍କା କରିବାର ଘୋଷଣା କରିଛନ୍ତି। ଅନ୍ୟପଟେ ଏହି ଘୋଷଣାର କିଛି ସମୟ ପରେ ଆଉ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଯବାନଙ୍କୁ ମିଳୁଥିବା ସ୍ୱତନ୍ତ୍ର ଭତ୍ତା ରେ ଏକାବେଳେ ୧୭ ହଜାର ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅର୍ଥାତ ସ୍ବତନ୍ତ୍ର ଭତ୍ତାରେ ୩ ଗୁଣ ବୃଦ୍ଧି କରାଯାଇଛି। ପୂର୍ବରୁ ଯବାନଙ୍କୁ ସ୍ବତନ୍ତ୍ର ଭତ୍ତା ବାବଦକୁ ମାତ୍ର ୮ ହଜାର ଟଙ୍କା ମିଳୁଥିଲା । କିନ୍ତୁ ଏବେ ସେଥିରେ ୧୭ ହଜାର ଟଙ୍କା ବୃଦ୍ଧି କରି ୨୫ ହଜାର ଟଙ୍କା କରିଛନ୍ତି ରାଜ୍ୟର ମୋହନ ସରକାର ।
ଆଗାମୀ ଦିନରେ ଓଡିଶାରେ ନକ୍ସଲ ବିରୋଧୀ ଅଭିଯାନ ଆହୁରି ବ୍ୟାପକ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯବାନଙ୍କ ସ୍ବତନ୍ତ୍ର ଭତ୍ତାରେ ବୃଦ୍ଧି ନିହାତି ଭାବେ ସେମାନଙ୍କର ମନୋବଳ ବଢାଇବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରି ଭତ୍ତା ବଢାଯିବା ନେଇ ଘୋଷଣା କରାଯାଇଛି। ଯେଉଁ ଯବାନ ମାନେ ଜୀବନକୁ ବାଜି ଲଗାଇ ଶତ୍ରୁଙ୍କ ମୁକାବିଲା କରନ୍ତି ସେମାନଙ୍କ ପ୍ରତି ଅଧିକ ସମ୍ମାନ ଦେଖାଇଛନ୍ତି ରାଜ୍ୟ ସରକାର ।
Comments are closed.