Latest Odisha News

ବର୍ଷଶେଷରେ ଲଜ୍ଜା ଜନକ ଖବର; ଚର୍ଚ୍ଚରେ ୧୭୫ ଶିଶୁ ଯୌନ ଶୋଷଣର ଶିକାର !

ମେକ୍ସିକୋ: ବଡ଼ଦିନ ପୂର୍ବରୁ ଆସିଛି ଏକ ଲଜ୍ଜା ଜନକ ଖବର । ମେକ୍ସିକୋ ସିଟିର ରୋମାନ୍‌ କ୍ୟାଥ୍‌ଲିକ ଚର୍ଚ୍ଚର ଜଣେ ପାଦ୍ରୀଙ୍କ ଦ୍ବାରା ୧୭୫ ଜଣ ଶିଶୁ ଯୌନ ନିର୍ଯା‌ତନାର ଶିକାର ହୋଇଥିବା ଜାତୀୟ ଗଣମାଧ୍ୟମ ‘ ଦ ହିନ୍ଦୁ’ର ଏକ ରିପୋର୍ଟରେ ପ୍ରକାଶ ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଲିଜିଓନାରିଜ୍‌ ଅଫ୍‌ ଖ୍ରୀଷ୍ଟ ଚର୍ଚ୍ଚର ପ୍ରତିଷ୍ଠାତା ମାର୍ସିଆଲ୍‌ ମେସିଲ୍‌ ୬୦ ଜଣ ଶିଶୁଙ୍କୁ ଯୌନ ଶୋଷଣ କରି ଆସୁଥିଲେ।

୧୯୪୧ରୁ ୨୦୧୯ ଡିସେମ୍ବର ୧୬ ତାରିଖ ମଧ୍ୟରେ ଏହି ଚର୍ଚ୍ଚରେ ୧୭୫ ଜଣ ଶିଶୁଙ୍କ ସହ ଦୁଷ୍କର୍ମ କରାଯାଇଥିବା ଏଡ୍‌ୱାର୍ଡ ରବ୍‌ଲେସ ଗିଲ୍‌ ତଥ୍ୟ ପ୍ରକାଶ କରିଛନ୍ତି ।

“‌ଚର୍ଚ୍ଚରେ ହେଉଥିବା ଏହି ଯୌନ ଶୋଷଣର ଶିକାର ହୋଇଥିବା ଅଧିକାଂଶ ଶିଶୁ ପୁଅ ହୋଇଥିବା ବେଳେ ଏମାନଙ୍କ ବୟସ ୧୧ରୁ ୧୬ ବର୍ଷ ବୟସ ମଧ୍ୟରେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଏହି ଜଘନ୍ୟ ଅପରାଧରେ ଲିପ୍ତଥିବା ୩୩ ଜଣ ପାଦ୍ରୀଙ୍କ ମଧ୍ୟରୁ ୧୮ ଜଣ ଏପର୍ଯ୍ୟନ୍ତ ଏହି ଚର୍ଚ୍ଚର ଅଂଶ ହୋଇ ରହିଥିଲେ ମଧ୍ୟ ସେମାନଙ୍କୁ ପିଲାଙ୍କ ସମ୍ବନ୍ଧିତ କାର୍ଯ୍ୟରୁ ବାହାର କରିଦିଯାଇଥିବା ଚର୍ଚ୍ଚ ପକ୍ଷରୁ କୁହାଯାଇଛି ।

ତେବେ ଏହି ଚର୍ଚ୍ଚର ପ୍ରତିଷ୍ଠାତା ମେସିଲ୍‌ଙ୍କର ୨୦୦୮ରେ ମୃତ୍ୟୁ ହେବା ପୂର୍ବରୁ ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିଥିଲା। ସେ ମୁଖ୍ୟତଃ ନାବଳକଙ୍କୁ ଯୌନ ଶୋଷଣ କରିଆସୁଥିଲେ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି।

Comments are closed.