ଯାଜପୁର: ଯାଜପୁରରେ ହଇଜା ଓ ଝାଡ଼ାବାନ୍ତି ରୋଗ ବ୍ୟାପିବା ନେଇ ସ୍ଥିତି ଗମ୍ଭୀର ରହିଛି । ଏନେଇ ଯାଜପୁର ସ୍ଥିତି ସମୀକ୍ଷା ପାଇଁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍ । ୧୪ ଜଣିଆ କେନ୍ଦ୍ରୀୟ ଟିମ୍ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ । ଆଇସିଏମଆର, ଏନସିଡିସି, ଡବ୍ଲୁଏଚଓ ଭଳି ସଂସ୍ଥାର ସଦସ୍ୟ ଟିମ୍ରେ ରହିବେ ଏହି ୧୪ ଜଣିଆ ଟିମରେ ରହିବେ ବୋଲି ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର ।
ସେହିପରି ଆସନ୍ତାକାଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବି ଘଟଣା ସ୍ଥଳକୁ ଯିବେ. ଆଜି ସକାଳୁ ଯାଜପୁରରୁ ୨୧୩ରୋଗୀଙ୍କୁ ଚିକିତ୍ସା ଦିଆଯାଉଥିବା ଖବର ଆସିଛି । ଯେଉଁ ୫ ଜଣଙ୍କ ମୃତ୍ୟୁ ଖବର ଆସିଛି । ସେମାନଙ୍କ ଅଟୋସପି ରିପୋର୍ଟକୁ ଅପେକ୍ଷା କରାଯାଇଛି । ସଂଗୃହିତ ନମୁନାରୁ ବିଷାକ୍ତ ଜଳର ପ୍ରମାଣ ମିଳିଛି । ସେହିପରି ଖାଦ୍ୟ ବି ବିଷାକ୍ତ ଥିଲା । ଯାହା ଯାଞ୍ଚ କରୁଛି ଖାଦ୍ୟ ସୁରକ୍ଷା ବିଭାଗ ।
ଯାଜପୁରରେ ୧୧ କଲେରା ରୋଗୀ ଚିହ୍ନଟ ହେବା ପରେ ସ୍ଥିତି ନିୟନ୍ତ୍ରଣ ଲାଗି ପହଞ୍ଚିଲେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡି. ବୃନ୍ଦା । ଗତକାଲି ୨୧ଟି ନମୁନାର ପରୀକ୍ଷା ହୋଇଥିବା ବେଳେ ୧୧ କଲେରା ପଜିଟିଭ ରିପୋର୍ଟ ଆସିଛି l ତେବେ ଏବେବି ଜିଲ୍ଲାରେ ୨୨୦ରୁ ଊର୍ଦ୍ଧ୍ବ ରୋଗୀ ଚିକିତ୍ସିତ ହେଉଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଯାଜପୁର ଗସ୍ତ କରି ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ବୁଝିଛନ୍ତ l
ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡକ୍ଟର ଡି.ବୃନ୍ଦା, ସ୍ପେଶାଲ ସେକ୍ରେଟାରୀ ଡ଼ଃ ବିଜୟ ମହାପାତ୍ର, ଆଡ଼ିଶୀନାଲ ଡି.ଏମ.ଇଟି ପ୍ରଫେସର W.H.Oର ପ୍ରତିନିଧି ମିଳିତ ଯାଜପୁର ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି l ପ୍ରଥମେ ଧର୍ମଶାଳା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଝାଡାବାନ୍ତିର ଅନୁଧ୍ୟାନ କରିଛନ୍ତ l ଗ୍ରାଉଣ୍ଡ ଜିରୋରେ ପାନୀୟ ଜଳ ବିଶୋଧନ କରାଯାଇଥିବା ବେଳେ ପ୍ରତ୍ୟେକ ଗ୍ରାମରେ ଆଶା ଓ ଅଙ୍ଗନାବାଡି କର୍ମୀ ସଚେତନ କରୁଥିବା ବେଳେ ଯଦି କେହି ଆକ୍ରାନ୍ତ ଥାଆନ୍ତି ସେମାନଙ୍କୁ ଚିକିତ୍ସାଳୟ ଅଣାଯିବର ବ୍ୟବସ୍ଥା କରାଯାଉଛି । ସେପଟେ ଭୋଜି ଭାତ ନକରିବାକୁ ଜିଲ୍ଲାପାଳ ମାର୍ଗଦର୍ଶିକା ଜାରି କରିଛନ୍ତି ।
Comments are closed.