Latest Odisha News

BREAKING NEWS

ପରଲୋକରେ ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ର

ଭୁବନେଶ୍ଵର: ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ର । ଶନିବାର କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି । । ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ଅନ୍ତିମ ସମୟରେ ତାଙ୍କର ଦୁଇପୁତ୍ର ଦେବାଶିଷ ଓ ଶୁଭାଶିଷ ଏବଂ ପୁତ୍ରବଧୂ ଉପସ୍ଥିତ ଥିଲେ ।

ରାଜ୍ୟର ଏକାଧୂକ ଓଡ଼ିଆ ସମ୍ବା ସମ୍ବାଦପତ୍ରର ସମ୍ପାଦକ ଭାବେ କାର୍ଯ୍ୟ କରିଥିବା ବର୍ଷିୟାନ ସାମ୍ବାଦିକ ଦୁଲାଲ ମିଶ୍ରଙ୍କ ନିଜ ବାସସ୍ଥାନ କେନ୍ଦ୍ରାପଡ଼ା ସ୍ଥିତ ଇଚ୍ଛାପୁରରେ । ହେଲେ ସେ ଦୀର୍ଘଦିନ ଧରି କଟକ ଓ ଭୁବନେଶ୍ଵରରେ ଅବସ୍ଥାନ କରି ବିଭିନ୍ନ ଓଡ଼ିଆ ସମ୍ବାଦପତ୍ର ସହ ଜଡ଼ିତ ଥିଲେ । କିଛି ଦିନ ହେବ କେନ୍ଦ୍ରାପଡ଼ାସ୍ଥିତ ନିଜ ବାସଭବନ ଇଚ୍ଛାପୁରରେ ରହୁଥିଲେ ।
ଦୈନିକ ସମ୍ବାଦପତ୍ର ‘ମାତୃଭୂମି’ର କଟକ ପ୍ରତିନିଧ ଭାବେ ଦୁଲାଲ ବାବୁ ୧୯୭୧ ଭାରତ-ବାଙ୍ଗଲାଦେଶ ଯୁଦ୍ଧର ପ୍ରତ୍ୟକ୍ଷ ବିବରଣୀର ଖବର ରଣଭୂମିରୁ ସମ୍ବାଦପତ୍ରକୁ ଦେଉଥିଲେ । ପରବର୍ତ୍ତୀ ସମୟରେ ଭୁବନେଶ୍ବରରୁ ପ୍ରକାଶିତ ଦୈନିକ ସମ୍ବାଦପତ୍ର ‘ ଦିନଲିପି’ ଏବଂ ବାଲେଶ୍ଵରରୁ ପ୍ରକାଶିତ ଦୈନିକ ଦୈନିକ ସମ୍ବାଦପତ୍ର ‘ଆଜିକାଲି’ର ସମ୍ପାଦକ ଓ ମୁଖ୍ୟ ସମ୍ପାଦକ ଭାବେ ଦୀର୍ଘଦିନ ଧରି ଦାୟିତ୍ଵ ସମ୍ପାଦନ କରିଥିଲେ ।

ଅରବିନ୍ଦ ନଗର ଶ୍ମଶାନରେ ସ୍ୱର୍ଗତ ମିଶ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତାଙ୍କର ଜ୍ୟେଷ୍ଠପୁତ୍ର ଦେବାଶିଷ ମିଶ୍ର ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.