Clean Survey: ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ, ଶ୍ରେଷ୍ଠ ସ୍ୱଚ୍ଛ ବିଦ୍ୟାଳୟକୁ ମିଳିବ ୫୦ ହଜାର ଟଙ୍କାର ପୁରସ୍କାର
ଭୁବନେଶ୍ୱର: ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ ସର୍ଭେ । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଏମସି ଅଞ୍ଚଳର ଶ୍ରେଷ୍ଠ ସ୍ୱଚ୍ଛ ବିଦ୍ୟାଳୟକୁ ମିଳିବ ୫୦ହଜାର ଟଙ୍କାର ପୁରସ୍କାର । ବିଏମସିର ତିନି ମଣ୍ଡଳରେ ୩ଟି ବିଦ୍ୟାଳୟକୁ ୫୦ହଜାର ଲେଖାଏଁ ଟଙ୍କା ମିଳିବ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ ।
ରାଜଧାନୀର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀଙ୍କ ନିମନ୍ତେ ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥରେ ସହରର ପରିମଳ ପରିଚାଳନା ନିୟମ ମାନନ୍ତୁ ଏବଂ ଅନ୍ୟକୁ ମଧ୍ୟ ସଚେତନ କରାଇବାକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅନୁରୋଧ କରାଯାଇଛି ।
ଏହି ତାଲିମ କାର୍ଯ୍ୟକ୍ରମରେ ପ୍ରତ୍ୟେକ ବିଦ୍ୟାଳୟ ପରିବେଶ ପରିଷ୍କାର ରଖିବା ପାଇଁ ନିଜ ନିଜର ସ୍ୱତନ୍ତ୍ର ଯୋଜନା କରିବାକୁ କୁହାଯାଉଛି । ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ସ୍ୱତନ୍ତ୍ର ଭାବେ ତାଲିମ ଦେବା ସହ ସେମାନଙ୍କ ମଧ୍ୟରେ ସ୍ୱଚ୍ଛତା ତଥା ସ୍ୱଚ୍ଛ ସର୍ବେକ୍ଷଣ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବାକୁ କୁହାଯାଇଛି ।
ଆୟୁକ୍ତ ଚଞ୍ଚଲ ରାଣାଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ରାଜଧାନୀର ପ୍ରତ୍ୟେକ ବିଦ୍ୟାଳୟ ଓ ମହାବିଦ୍ୟାଳୟ, ରାସ୍ତା, ପାର୍କ, ଖେଳ ପଡିଆ, ନାଳ, କଞ୍ଜରଭେନ୍ସି ଲେନ୍, ଜଳାଶୟ ମନ୍ଦିର, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟ ଯେପରି ସ୍ୱଚ୍ଛ ଓ ସବୁଜ ରହିବ, ସେଥିପାଇଁ ସମସ୍ତେ ଉଦ୍ୟ କରିବାକୁ ବିଏମସି ପକ୍ଷରୁ କୁହାଯାଇଛି ।