Latest Odisha News

ସୁପର ଓଭରରେ ରୋହିତଙ୍କ ଦମଦାର ପ୍ରଦର୍ଶନ; ସିରିଜ ଜିତିଲା ଭାରତ

ହେମିଲଟନ୍‌: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚର ସୁପର ଓଭରରେ ଧୁଆଁଧାର ପ୍ରଦର୍ଶନ କରି ସିରିଜ ହାତେଇଛନ୍ତି ବିରାଟ ବାହିନୀ ।

ଆଜିର ମ୍ୟାଚ୍ ଧାର୍ଯ୍ୟ ଓଭରରେ ଟାଇ ହୋଇଯିବାରୁ ସୁପର ଓଭରର ସହାୟତା ନିଆଯାଇଥିଲା । ଯାହାକୁ ଜିତିନେଇ ସିରିଜ ହାତେଇଛି ଭାରତୀୟ ଦଳ । ଏଥିସହିତ ରୋହିତ ଶର୍ମାଙ୍କୁ ‘ପ୍ଲେୟାର୍ ଅଫ୍ ଦ ମ୍ୟାଚ୍‌’ ଟାଇଟଲ୍ ମଧ୍ୟ ମିଳିଛି ।

ଏହି ସୁପର ଓଭରରେ ନ୍ୟୁଜିଲାଣ୍ଡ ୧୭ ରନ୍ ବନାଇଥିବା ବେଳେ ଭାରତକୁ ଜିତିବା ଲାଗି ୧୮ ରନର ଟାର୍ଗେଟ ଦିଆଯାଇଥିଲା । ପରେ ରୋହିତ ଶର୍ମା ଓ କେ ଏଲ୍ ରାହୁଲ ସୁପର ଓଭର ଖେଳିବା ଳାଗି ମଇଦାନକୁ ଓହ୍ଲାଇଥିଲେ । ସୁପର ଓଭର ଜାରି ରହିଥିବା ବେଳେ ଶେଷ ୨ ବଲରେ ଭାରତକୁ ଜିତିବା ଲାଗି ୧୦ ରନ୍ ଦରକାର ଥିଲା । ଏଭଳି ସମୟରେ ରୋହିତ ଶର୍ମା ଶେଷ ୨ ବଲରେ ଲଗାତାର ଦୁଇଟି ଛକା ମାରିଥିଲେ ।

ଯେଉଁଥିରେ ରୋହିତ ଶର୍ମା ଲଗାତାର ଦୁଇ ଦୁଇଟି ଛକା ମାରିଥିଲେ ।

ଏହି ମ୍ୟାଚ୍ ହେମିଲଟନର ସେଡାନ୍ ପାର୍କ ଷ୍ଟାଡିୟମରେ ଆଜି ଦିନ ୧୨ଟା ୨୦ମି.ରେ ଖେଳାଯାଇଥିଲା ।

Comments are closed.