Latest Odisha News

BREAKING NEWS

ଜୀବିତ ହେଲା ୨୪୦୦୦ ବର୍ଷ ତଳର ସୂକ୍ଷ୍ମ ଜୀବ

ନୂଆଦିଲ୍ଲୀ: ୨୪୦୦୦ ବର୍ଷ ତଳର ଏକ ସୂକ୍ଷ୍ମ ଜୀବ ଏବେ ଜୀବିତ ହୋଇଛି । ବିଶ୍ୱାସ ହେଉ ନ ଥିଲେ ବି ଏହା ସତ । ବୈଜ୍ଞାନିକମାନେ ମଧ୍ୟ ଏହି ଘଟଣା ନେଇ ଆଶ୍ଚର୍ଯ୍ୟଚକିତ ହୋଇ ପଡିଛନ୍ତି । ସାଇବେରିଆର ବରଫ ଭିତରେ ଏହି ଜୀବ ରହିଥିଲା । ବୈଜ୍ଞାନିକମାନେ ଏହାର ନାମ ଜୋମ୍ବି ୱର୍ମ ରଖିଛନ୍ତି । ପ୍ରକୃତରେ ଏହା ଡେଲେଏଡ ରୋଟିଫାଇର ନାମକ ଏକ ସୂକ୍ଷ୍ମ ବହୂକୋଶୀ ଜୀବ । ଅଲାଜେୟ ନଦୀ କୂଳର ମାଟି ତଳୁ ଏହି ଜୀବର ସନ୍ଧାନ ହୋଇଥିଲା । ୨୪୦୦୦ ବର୍ଷ ତଳର ବରଫ ଭିତରେ ଏବେ ମାଇନସ ୨୦ ଡିଗ୍ରୀରେ ରହିଥିଲା ।

ଥଣ୍ଡା, ପାଣି ଓ ଅମ୍ଳଜାନ ଅଭାବରେ ଏହାର ବଂଚିବା କ୍ଷମତା ରହିଛି । ବୈଜ୍ଞାନିକମାନେ ବରଫକୁ ତରଳାଇ ଏହାକୁ ବାହାର କରିଥିଲେ । କିଛି ଦିନ ମଧ୍ୟରେ ଏହା ସୁସ୍ଥ ରହିବା ସହ ଅଲୈଙ୍ଗିକ ପ୍ରଜନନ ପ୍ରକ୍ରିୟା ଆରମ୍ଭ କରି ଦେଇଥିଲା । ଏହାର ପ୍ରଜନନ କ୍ଷମତା ଦେଖି ବୈଜ୍ଞାନିକମାନେ ମଧ୍ୟ ଚକିତ ହୋଇ ପଡିଛନ୍ତି । ଏହି ଜୀବ ମାଧ୍ୟମରେ ବୈଜ୍ଞାନିକମାନେ ଅନେକ ରହସ୍ୟ ଉଜାଗର କରିବାକୁ ଯାଉଛନ୍ତି । ଜୀବନ ଯେଉଁଠାରେ ଶେଷ ହୋଇଯାଇଥାଏ ସେଠାରେ ଜୀବନର ସନ୍ଧାନ ସେମାନଙ୍କୁ ଉତ୍ସାହିତ କରିଛି ।

Leave A Reply

Your email address will not be published.