Latest Odisha News

BREAKING NEWS

ରାଜଧାନୀରେ ହିଟ୍‌ ଆଣ୍ଡ ରନ୍‌ ଘଟଣା: ପରିତ୍ୟକ୍ତ ସ୍ଥାନରୁ ଜବତ ହେଲା ଫର୍ଚୁନର

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ହିଟ ଆଣ୍ଡ ରନ୍ ମାମଲା । ପଟିଆରର ଏକ ପରିତ୍ୟକ୍ତ ସ୍ଥାନରୁ ପୋଲିସ ଫର୍ଚୁନର୍‌ କାର କୁ ଜବତ କରିଛି । ଘଟଣା ପରେ କାର୍‌ ଚାଳକ ଓ ମାଲିକ ଗାଡ଼ିକୁ ଛାଡ଼ି ଫେରାର ଅଛନ୍ତି । ଚନ୍ଦ୍ରଶେଖରପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଖବର ମୁାତବକ, ବିଳମ୍ବିତ ରାତିରେ ପଟିଆ ଅଞ୍ଚଳରେ ଜଣେ ଯୁବକ ବାଇକ୍‌ ରେ ଯାଉଥିବା ବେଳେ, ଏକ ଫର୍ଚୁନର୍‌ ଦୃତଗତିରେ ଆସି ଉକ୍ତ ଯୁବକଙ୍କୁ ଧକ୍କା ଦେଇ କିଛି ବାଟ ଘୋଷାଡ଼ି ନେଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ଯୁବକଙ୍କର ମୃତ୍ୟୁ ଘଟିଛି । ଏହା ପରେ ଘଟଣାସ୍ଥଳରୁ କାର୍‌ ଚାଳକ ଓ ମାଲିକ ଗାଡ଼ିକୁ ଛାଡ଼ି ପଳାଇ ଯାଇଥିବା ସୂଚନା ମିଳିଛି ।

ଖବରପାଇ ଚନ୍ଦ୍ରଶେଖରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଫେରାର ଥିବା କାର୍‌ ମାଲିକ ଓ ଡ୍ରାଇଭରଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି। ସିସିଟିଭି ଫୁଟେଜ୍‌ ଓ ଗାଡ଼ିର ନମ୍ବର ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହା ପୂର୍ବରୁ ସମାନ ଘଟଣା ଘଟିଥିବାବେଳେ, ପୁଣି ଏପରି ଏକ ଘଟଣା ରାଜଧାନୀବାସୀଙ୍କ ମନରେ ଭୟର ବାତ୍ତାବରଣ ସୃଷ୍ଟି କରିଛି ।

Leave A Reply

Your email address will not be published.