ରାୟଗଡ଼ା: କଲ୍ୟାଣସିଂହପୁର ଲ୍ୟାମ୍ପସ୍ ଏମ୍ଡିଙ୍କ ଘରେ ଭିଜିଲାନ୍ସ ଚଢାଉ। ଲ୍ୟାମ୍ପସ୍ ଏମ୍ଡି ତାରିଣୀ ତ୍ରିପାଠୀଙ୍କ ଜିଲୁଣ୍ଡା ଘରେ ୬ ଜଣିଆ ଟିମ୍ର ଚଢାଉ ଜାରି ରହିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଓ ବେଆଇନ କାରବାର ଅଭିଯୋଗରେ ରେଡ୍ ଚାଲିଛି। ତାଙ୍କ ବିରୋଧରେ ପ୍ରାୟ ୭୦ ଲକ୍ଷ ଟଙ୍କା ଆର୍ଥିକ ହେରଫେର ଅଭିଯୋଗ ହୋଇଛି।
ଆଜି ସକାଳୁ ସକାଳୁ ଭିଜିଲାନ୍ସର ଟିମ୍ ଏହି ଚଢାଉ କରୁଛି । ଲ୍ୟାମ୍ପସର ପରିଚାଳନା,ପାଚେରୀ ନିର୍ମାଣ ଓ ମରାମତିରେ ଲକ୍ଷାଧିକ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଥିଲା । ପାଖାପାଖି ୭୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଆତ୍ମସାତ୍ ହୋଇଥିବା ଅଭିଯୋଗ ହୋଇଛି । ଲ୍ୟାମ୍ପସରେ ଅନିୟମିତତା ନେଇ କଲ୍ୟାଣସିଂହପୁର ଅଞ୍ଚଳର ଚାଷୀମାନେ ପୂର୍ବରୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ବିଭାଗ ତଦନ୍ତ କରି ଚଢାଉ କରିଥିବା ସୂଚନା ମିଳିଛି।