Latest Odisha News

BREAKING NEWS

ପରୀକ୍ଷା ପାଇଁ ଆସିଲା ସୂଚୀ; ୩୧ରେ ବିଏଡ୍‌, ଜୁନ୍‌ ୩ରେ ବିଏଚଏଡ୍ ପ୍ରବେଶିକା

ଭୁବନେଶ୍ୱର: ବି.ଏଡ୍‌ ପରୀକ୍ଷା ପାଇଁ ଆସିଲା ସୂଚୀ । ଆସନ୍ତା ୩୧ ତାରିଖରେ ଅନୁଷ୍ଠିତ ହେବ ଦୁଇବର୍ଷିଆ ବି.ଏଡ୍‌ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା । ସେହିପରି, ଜୁନ୍‌ ୩ରେ ବିଏଚ୍ଏଡ୍ (ହିନ୍ଦୀ) ଓ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ମେ’ ୩୧ ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ବି.ଏଡ୍ ପ୍ରବେଶିକା ପରୀକ୍ଷା ହେବାକୁ ଥିବାବେଳେ, ଜୁନ୍‌ ୩ ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ବିଏଚ୍ଏଡ୍ (ହିନ୍ଦୀ) ଏବଂ ଅପରାହ୍ଣ ୩ଟାରୁ ୫ଟା ପର୍ଯ୍ୟନ୍ତ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ହେବ ।

ଏନେଇ ରାଜ୍ୟ ପ୍ରବରଣ ମଣ୍ଡଳୀ (ଷ୍ଟେଟ୍‌ ସିଲେକ୍ସନ ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୭ ପୂର୍ବାହ୍ନ ୧୧ଟାରୁ ବିଏଡ୍, ବିଏଚ୍ଏଡ୍ ଓ ଏମ୍ଏଡ୍ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଉପଲବ୍ଧ ହେବ । ଛାତ୍ରଛାତ୍ରୀମାନେ ଏସଏସ୍‌ବିର ୱେବସାଇଟକୁ ଯାଇ ନିଜର ଆଡମିଟ୍ କାର୍ଡକୁ ଡାଉନଲୋଡ୍‌ କରିପାରିବେ ।

ଜୁନ ୪ ତାରିଖରେ ଏସ୍‌ଏସ୍‌ବି ଓ୍ବେବସାଇଟରେ ପ୍ରବେଶିକା ପରୀକ୍ଷାର ପ୍ରୋଭିଜିନାଲ ଆନ୍ସର କି’ ପ୍ରକାଶିତ ହେବ।

ପ୍ରୋଭିଜିନାଲ ଆନ୍ସର କି’ କୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ କୌଣସି ଆଶଙ୍କା ଥିଲେ ପରୀକ୍ଷାର୍ଥୀମାନେ ଜୁନ୍‌ ୫ ରୁ ୭ ତାରିଖ ମଧ୍ୟରେ ଆନ୍ସର କି’ ଚ୍ୟାଲେଞ୍ଜ ପାଇଁ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ ସୂଚନା ରହିଛି । ପ୍ରବେଶିକା ପରୀକ୍ଷା ମାର୍କ ଆଧାରରେ ହିଁ ମେଧା ତାଲିକା ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.