Latest Odisha News

BREAKING NEWS

ରାଜ୍ୟସଭାକୁ ଯିବେ କି ସିଦ୍ଧରମୈୟା, ଜାଣନ୍ତୁ କଣ କହିଲେ…

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଗୁରୁବାର ଦିନ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ କଂଗ୍ରେସ ନେତା ସିଦ୍ଧରମୈୟା କହିଛନ୍ତି ଯେ ଦଳର ବରିଷ୍ଠ ନେତାମାନେ ତାଙ୍କୁ ରାଜ୍ୟସଭା ଆସନ ଦେବାକୁ ପ୍ରସ୍ତାବ ଦେଇଥିଲେ କିନ୍ତୁ ଜାତୀୟ ରାଜନୀତିରେ ତାଙ୍କର କୌଣସି ଆଗ୍ରହ ନଥିବାରୁ ସେ ଏହାକୁ ବିନମ୍ରତାର ସହିତ ମନା କରିଥିଲେ।

ସେ କହିଛନ୍ତି ଯେ ବିଧାୟକ ଭାବରେ ତାଙ୍କର କାର୍ଯ୍ୟକାଳ ଆହୁରି ଦୁଇ ବର୍ଷ ବାକି ଥିବାରୁ ସେ ରାଜ୍ୟ ରାଜନୀତିରେ ରହିବେ। ମୁଁ ସମ୍ବିଧାନ ବିରୁଦ୍ଧରେ କାମ କରୁଥିବା ଲୋକଙ୍କ ବିରୁଦ୍ଧରେ ଲଢ଼ିବି ବୋଲି ସେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି କଂଗ୍ରେସ ବିଧାୟକ ଦଳ ଏବଂ ଦଳର ହାଇକମାଣ୍ଡ ମିଳିତ ଭାବରେ ନେବେ।

କଂଗ୍ରେସ ନେତା ସିଦ୍ଧରମୈୟା, ଡି.କେ. ଶିବକୁମାର, ରାଜ୍ୟ ଗୃହମନ୍ତ୍ରୀ ଜି. ପରମେଶ୍ୱର ଏବଂ ଅନ୍ୟ କଂଗ୍ରେସ ବିଧାୟକଙ୍କ ସହିତ ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଘୋଷଣା କରିଥିଲେ।

 

Leave A Reply

Your email address will not be published.