Latest Odisha News

BREAKING NEWS

ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଯୋଗ୍ୟତା ଅର୍ଜନ କଲେ ଅନୀମେଶ କୁଜୁର

ଭୁବନେଶ୍ୱର: ଓଡିଶାର ଷ୍ଟାର ସ୍ପ୍ରିଂଟର ଅନୀମେଶ କୁଜୁର ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ସେ ଉଭୟ ୧୦୦ ଓ ୨୦୦ ମିଟର ଦୌଡ ପାଇଁ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ । ୨୩ ବର୍ଷୀୟ ଏହି ଆଥଲେଟ ଗତ ମାସରେ ରାଂଚୀରେ ଅନୁଷ୍ଠିତ ଫେଡେରେଶନ କପରେ ୧୦୦ ମିଟର ପାଇଁ ଆବଶ୍ୟକ କଟ ଅଫ ମାର୍କ ହାସଲ କରିଥିଲେ । ଏହା ୧୦.୧୫ ସେକେଣ୍ଡ ଥିଲଶ । ରବିବାର ନ୍ୟୁ ତାଇପେ ସିଟିରେ ଅନୁଷ୍ଠିତ ଆଥଲେଟିକ୍ସ ଚାମ୍ପିୟନଶିପରେ ମଧ୍ୟ ସେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ।

୨୦୦ ମିଟର ରେସରେ ସେ ୨୦.୪୭ ସେକେଣ୍ଡ ସମୟ ନେଇ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଯୋଗ୍ୟତା ହାସଲ କରିଥିଲେ । ସେ ଅଳ୍ପକେ ନିଜ ଜାତୀୟ ରେକର୍ଡ (୨୦.୩୨ ସେକେଣ୍ଡ)ଭଙ୍ଗ କରିପାରି ନ ଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡାର ୨୩ ତମ ସଂସ୍କରଣ ଗ୍ଲାସଗୋରେ ଜୁଲାଇ ୨୩ରୁ ଅଗଷ୍ଟ ୨ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହି ଇଭେଂଟରେ ଅନୀମେଶ ପ୍ରଭାବୀ ପ୍ରଦର୍ଶନ କରି ଦେଶ ଏବଂ ରାଜ୍ୟର ସମ୍ମାନ ବଢ଼ାଇବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.