Latest Odisha News

BREAKING NEWS

Maoist Dump In Odisha:ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

କନ୍ଧମାଳ:ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ।କନ୍ଧମାଳ ପୋଲିସ ପକ୍ଷରୁ ବାଲିଗୁଡ଼ା ଥାନା ଅଞ୍ଚଳରେ ଏକ ବଡ଼ ମାଓ ବିରୋଧୀ ଅପରେସନ୍ କରାଯାଇଛି । କନ୍ଧମାଳ ଏସପି ଏହି ସୂଚନା ଦେଇଛନ୍ତି । ଗୋଟିଏ SLR ରାଇଫଲ, ଦୁଇଟି SBGL ଗନ୍ , ଗୋଟିଏ ଦେଶୀ ବନ୍ଧୁକ ଓ ୩୦ଟି ଡିଟୋନେଟର, ମାଓ ପୋଷାକ, ମେଡ଼ିସିନ୍ ସହ ଅନ୍ୟାନ ମାଓ ସାମଗ୍ରୀ ଜବତ ହୋଇଛି ।

ଏବେ ଗଙ୍ଗପଦର,ପୋଡ଼ମାହା, ପାଜିମାହାନ, ଟେଙ୍ଗେରି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିବା କନ୍ଧମାଳ ଏସପି ସୂଚନା ଦେଇଛନ୍ତି ।

ବିଶ୍ୱସ୍ତ ଗୁପ୍ତ ସୂଚନା ଆଧାରରେ, କନ୍ଧମାଳ ପୋଲିସ ବାଲିଗୁଡ଼ା ଅଞ୍ଚଳରେ ଏକ ରଣନୈତିକ ଅଭିଯାନ ଚଳାଇଥିଲେ । ଏହି ସର୍ଚ୍ଚ ଅପରେସନ ବେଳେ ମାଓ ଡମ୍ପ ଠାବ କରାଯାଇଥିଲା । ଯେଉଁଠାରୁ ମାଓ ସାମଗ୍ରୀ ଉଦ୍ଧାର କରାଯାଇଛି ।

ଫୁଲବାଣୀ ଜିଲ୍ଲା ପୋଲିସ ରିଜର୍ଭ ପଡ଼ିଆରେ ଅନୁଷ୍ଠିତ ସମ୍ମିଳନୀରେ ଜବତ ମାଓ ସାମଗ୍ରୀ ପ୍ରଦର୍ଶିତ କରାଯାଇଛି ।

Leave A Reply

Your email address will not be published.