Latest Odisha News

BREAKING NEWS

ଫୁଟବଲପ୍ରେମୀଙ୍କୁ ପସନ୍ଦ ଆସୁନି ହାଇଡ୍ରେଶନ ବ୍ରେକ୍ସ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୬ ନୂଆ ରୋମାଂଚ ଭରିବା ଆରମ୍ଭ କରିଛି । ତେବେ ଏଥର ନୂତନ ଭାବେ ଲାଗୁ କରାଯାଇଥିବା ହାଇଡ୍ରେଶନ ବ୍ରେକ୍ସ ପ୍ରଶଂସକ ଏବଂ ସମୀକ୍ଷକଙ୍କୁ ପସନ୍ଦ ଆସୁ ନାହିଁ । ଏହା ଫୁଟବଲର ରୋମାଂଚକୁ ଧୀମା କରୁଥିବା ଅଭିଯୋଗ ଆସୁଛି । ଜର୍ମାନୀ ଓ କୁରାସିଓ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ଏହାର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ଦେଖିବାକୁ ମିଳିଥିଲା । ଜର୍ମାନୀ ବିପକ୍ଷରେ ଏକଦା ମ୍ୟାଚକୁ ୧-୧ ସମାନ ସ୍ଥିତିରେ ରଖିବାରେ କୁରାସିଓ ସଫଳ ହୋଇଥିଲା । ଏହା ପରେ ଏହି ବିବାଦୀୟ ବ୍ରେକ ଆସିଥିଲା । ବ୍ରେକ ପରେ ଜର୍ମାନୀ ସମ୍ପୂର୍ଣ୍ଣ ପ୍ରଭାବ ବିସ୍ତାର କରି ୭-୧ରେ ବିଜୟ ହାସଲ କରିଥିଲା ।

କୁରାସିଓ ଯେତେବେଳେ ମ୍ୟାଚରେ ଲୟ ଧରିଥିଲା ସେହି ସମୟରେ ଏହି ବ୍ରେକ ଏହାକୁ ବିଗାଡି ଦେଇଥିଲା । ଫୁଟବଲ ସର୍ବଦା ଏହାର ସ୍ପିଡ ଓ ରୋମାଂଚ ପାଇଁ ପ୍ରଶଂସକଙ୍କୁ ପସନ୍ଦ ଆସିଥାଏ । ଏଥିରେ ଅଯଥା ବ୍ରେକ ଏହାର ମାନ କମାଉଛି ବୋଲି ଆୟର୍ଲାଣ୍ଡର ପୂର୍ବତନ ଅଧିନାୟକ ରୟ କନ କହିଛନ୍ତି । ବ୍ରେକ ସମୟରେ କୋଚ ରଣନୀତି ବଦଳାଇବାରେ ମଧ୍ୟ ସଫଳ ହେଉଛନ୍ତି । ୧୬ରୁ ୮ଟି ମୁକାବିଲାରେ ବ୍ରେକର ୧୦ ମିନିଟ ମଧ୍ୟରେ ଗୋଲ ସ୍କୋର ହେବା ଦେଖିବାକୁ ମିଳୁଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଏହା ମ୍ୟାଚକୁ ପ୍ରଭାବିତ କରୁଛି । ବ୍ରାଜିଲ ଓ ମରକ୍କୋ ମ୍ୟାଚରେ ମରକ୍କୋ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ବ୍ରେକ ଯୋଗୁ ମ୍ୟାଚ ହାତଛଡା କରିଥିଲା ।

Leave A Reply

Your email address will not be published.