ବୌଦ୍ଧ:SIR କାମ ଚାପରେ ଜଣେ ପ୍ରଧାନଶିକ୍ଷକ ଜୀବନ ହାରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବୌଦ୍ଧ ଡିମିରିଖୋଲ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୟନ ସାହୁ। ସେ SIR କାମରେ BLO ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ।
ଏହି ଘଟଣା ପରେ ପରିବାର ପକ୍ଷରୁ ଗୁରୁତର ଅଭିଯୋଗ ଆସିଛି ଯେ, SIR କାର୍ଯ୍ୟର ଅତ୍ୟଧିକ ଚାପ ଓ ଦାୟିତ୍ୱରେ ଅବହେଳା ହେଲେ ସସପେଣ୍ଡ୍ କରିବା ଭୟ ଦେବାରୁ ମାନସିକ ଚାପ ବଢ଼ିଥିଲା। ତାଙ୍କ ପୁଅ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଏହି ଚାପର କାରଣରୁ ପିତା ବିଷ ପାନ କରି ଜୀବନ ହରାଇଥିବା ସନ୍ଦେହ ରହିଛି।
ଦୁଇଦିନ ତଳେ SIR କାର୍ଯ୍ୟରେ ଅବହେଳା ପାଇଁ ବୌଦ୍ଧ ଜିଲ୍ଲାପାଳ ଦୁଇ ଜଣ ଶିକ୍ଷକଙ୍କୁ ସସପେଣ୍ଡ କରିଥିଲେ। ଏହି କଥା ଭାବି ବିଏଲଓ ଗତକାଲି ବିଷ ପାନ କରିଦେଇ ଜୀବନ ହାରିଦେଇଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି । ଗୁରୁତର ଶୟନଙ୍କୁ ପ୍ରଥମେ ବାଉଁଶୁଣି ଓ ପରେ ସୋନପୁର ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଯେଉଁ ଅଧିକାରୀଙ୍କ ଯୋଗୁଁ ତାଙ୍କ ବାପା ଚାପଗ୍ରସ୍ତ ହୋଇ ଜୀବନ ହାରିଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପୁଅ ଅଭିଯୋଗ କରିଛନ୍ତି ।
