Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଘର ପାଉଥିବା ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ରିହାତି ଘୋଷଣା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କୁ ବଡ଼ ଆଶ୍ୱସ୍ତି । ଘର ପଞ୍ଜୀକରଣ ଖର୍ଚ୍ଚ କମାଇବେ ସରକାର । ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ସହର (PMAY- U 2.0) ଅଧୀନରେ ଘର ପାଉଥିବା ହିତାଧିକାରୀଙ୍କ ପାଇଁ ବଡ଼ ରିହାତି ଘୋଷଣା କରିଛନ୍ତି ଓଡ଼ିଶା ସରକାର ।

ଯୋଜନା ଅଧୀନରେ ୬୦ ବର୍ଗମିଟର ପର୍ଯ୍ୟନ୍ତ ଘରର ପଞ୍ଜୀକରଣ କ୍ଷେତ୍ରରେ ଷ୍ଟାମ୍ପ ଶୁଳ୍କ ଓ ରେଜିଷ୍ଟ୍ରେସନ ଫି’କୁ ମିଶାଇ ମୋଟ ଦେୟକୁ ୧ ପ୍ରତିଶତରୁ କମ୍ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ PMAY- U 2.0 ଅଧୀନରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ହିତାଧିକାରୀମାନେ ଘର ପଞ୍ଜୀକରଣ ସମୟରେ ବଡ଼ ଆର୍ଥିକ ରିହାତି ପାଇବେ ।

ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଚିଠି ଲେଖି ଆବଶ୍ୟକ ବିଜ୍ଞପ୍ତି ଓ ଆଦେଶ ଜାରି କରିବାକୁ ଅନୁରୋଧ କରିଛନ୍ତି । ରାଜ୍ୟ ମନ୍ତ୍ରିମଣ୍ଡଳର ୪୧ତମ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଚିଠିରେ ଉଲ୍ଲେଖ ରହିଛି । କେନ୍ଦ୍ର ସରକାରଙ୍କୁ ଏହି ସମ୍ପର୍କିତ ତଥ୍ୟ ପ୍ରେରଣ ପାଇଁ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିବାକୁ ମଧ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.