Latest Odisha News

BREAKING NEWS

ଗ୍ରାହକଙ୍କୁ ଆଶ୍ବସ୍ତି; ଖସିଲା ସୁନା ଓ ରୁପା ଦର, ଜାଣନ୍ତୁ କେତେ କମିଲା…

ଭୁବନେଶ୍ବର: ସୁନା ଓ ରୁପା ଦରରେ ହ୍ରା ଅଳଙ୍କାର କ୍ରୟ କରିବାକୁ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ଆଶ୍ବସ୍ତିକର ଖବର । ଶୁକ୍ରବାର ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ଘଟିଛି । ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ଦାମ୍‌ ୩୩୫୦ ଟଙ୍କା ହ୍ରାସ ପାଇ ୧ ଲକ୍ଷ ୩୩ ହଜାର ୭୦୦ ଟଙ୍କା ରହିଥିବାବେଳେ, ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ଦର ୩ ହଜାର ୬୫୦ ଟଙ୍କା ହ୍ରାସ ପାଇ ୧ ଲକ୍ଷ ୪୫ ହଜାର ୮୬୦ ଟଙ୍କା ରହିଛି ।

ତେବେ ରୁପା ଦରରେ ବହୁ ମାତ୍ରାରେ ହ୍ରାସ ହୋଇଛି । ରୁପା କେଜି ୧୫ ହଜାର ଟଙ୍କା କମ୍‌ ହୋଇ ୨ ଲକ୍ଷ ୫୫ ହଜାର ଟଙ୍କା ହୋଇଯାଇଛି ।

ଗତ ଚାରି ଦିନରେ ୨୨ କ୍ୟାରେଟ୍‌ ସୁନା ୫୨୦୦ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନା ୫୬୭୦ ଟଙ୍କା ହ୍ରାସ ପାଇଛି । ଶେଷ ଥର ପାଇଁ ଚଳିତ ମାସ ୧୫ରେ ଏହି ଦୁଇ ସୁନା ଓ ରୁପା ମୂଲ୍ୟ ବୃଦ୍ଧି ପାଇଥିଲା । ସୁନା ଓ ରୁପା ଦରରେ ଯେଉଁଭଳି ବୃଦ୍ଧି ଓ ଅସ୍ଥିରତା ରହିଥିଲା ସେହି ସମୟ ପ୍ରାୟ ଶେଷ ହୋଇଯାଇଛି । ଆଗାମୀ ଦିନରେ ଦରରେ ସ୍ଥିରତା ଫେରିବ ବୋଲି ବିଶେଷଜ୍ଞମା‌ନେ ଆଶା କରୁଛନ୍ତି ।

Leave A Reply

Your email address will not be published.