Latest Odisha News

BREAKING NEWS

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ବାଲିଅନ୍ତା ସୌମ୍ୟରଞ୍ଜନ ସ୍ୱାଇଁ ମୃତ୍ୟୁ ମାମଲାରେ ଆଉ ଜଣଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ । ଅଭିଯୁକ୍ତ ଜଣକ ହେଲା ବିଭୂତି ଭୂଷଣ ପରିଡ଼ା । ବିଭୂତି ଭୂଷଣକୁ କଟକ ବିଡାନାସୀ ଅଞ୍ଚଳରୁ ଗିରଫ କରାଯାଇଛି । ଏହାକୁ ମିଶାଇ ଗିରଫଦାରୀ ସଂଖ୍ୟା ୧୯ରେ ପହଞ୍ଚିଛି ।

ସୌମ୍ୟକୁ ପିଟି ପିଟି ହତ୍ୟା କରିବା ବେଳେ ବିଭୂତି ଭୂଷଣ ଗୋଇଠା ମାଡ଼ କରିଥିଲା । ପରେ ଗିରଫ ଭୟରେ ସେ ଅନେକ ସ୍ଥାନ ବଦଳାଇ ଲୁଚି ରହୁଥିଲା । ହେଲେ ଆଜି କ୍ରାଇମବ୍ରାଞ୍ଚ ତାକୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି । ସୌମ୍ୟକୁ ପିଟି ପିଟି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି । ଏବେବି ଅନ୍ୟ ଅପରାଧୀ ଫେରାର ଥିବାବେଳେ, ସେମାନଙ୍କୁ ଗିରଫ କରିବାରେ ଲାଗିପଡଛି କ୍ରାଇମବ୍ରାଞ୍ଚ ଟିମ୍ ।

ନିକଟରେ ସୌମ୍ୟ ମାମଲାରେ ବଡ଼ ପ୍ରମାଣ ମିଳିବା ପରେ ଜନେ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ରାଜ୍ୟ ସରକାର ସସ୍‌ପେଣ୍ଡ କରିଥିଲେ । ହି କାର୍ଯ୍ୟାନୁଷ୍ଠାନ ପଛରେ ପୋଲିସ ମହାନିର୍ଦ୍ଦେଶକ ବା ଡିଜିପିଙ୍କ ଏକ ଗୋପନୀୟ ତଦନ୍ତ ରିପୋର୍ଟ ରହିଛି । ପୂର୍ବତନ ଏଡିଜିପି ରେଳବାଇ ଓ ମୁଖ୍ୟାଳୟ ତଥା ବର୍ତ୍ତମାନର ଗୃହ ବିଭାଗ ଓଏସଡି ଭାବେ କାର୍ଯ୍ୟରତ ଗାଙ୍ଗୱାର କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଘରେ ୮ ଜଣ ଜିଆରପି କର୍ମଚାରୀଙ୍କୁ ରଖି କାମ କରାଉଥିବା ନେଇ ଡିଜିପି ଏକ ଗୋପନୀୟ ରିପୋର୍ଟ ପ୍ରଦାନ କରିଥିଲେ । ଏହି ଗୁରୁତର ଅସଦାଚରଣ ଓ ସର୍ବଭାରତୀୟ ସେବା ନିୟମାବଳୀ ଉଲ୍ଲଂଘନ ଅଭିଯୋଗରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.