Latest Odisha News

BREAKING NEWS

‘ବାଗି-୩’ର ଟ୍ରେଲର ରିଲିଜ; ଦମଦାର ଲୁକରେ ଟାଇଗର

ମୁମ୍ବାଇ: ରିଲିଜ ହୋଇଛି ଆକ୍ସନ ଷ୍ଟାର୍ ଟାଇଗର ଶ୍ରଫଙ୍କ ଅପକମିଂ ଫିଲ୍ମ ‘ବାଗି-୩’ର ଟ୍ରେଲର । ଏହା ଏକ ଆକ୍ସନ ଭିତ୍ତିକ ଫିଲ୍ମ ।

ଏହି ଫିଲ୍ମର ଲିଡ୍ ରୋଲରେ ଟାଇଗରଙ୍କ ସହ ଶ୍ରଦ୍ଧା ଓ ରିତେଶ ଦେଶମୁଖ ରହିଛନ୍ତି । ଜଣାଶୁଣା ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେୱାଲା ମଧ୍ୟ ଖାସ୍ ଚରିତ୍ରରେ ନଜର ଆସୁଛନ୍ତି ।

ଫିଲ୍ମରେ ଟାଇଗର ଓ ରିତେଶ ଦୁଇ ଭାଇ ଭୂମିକାରେ ଅଭିନୟ କରିଛନ୍ତି, ଯେଉଁଥିରେ ଟାଇଗର ନିଜ ଭାଇପାଇଁ ଖଳନାୟକମାନଙ୍କ ସହ ଲଢିବାକୁ ମଧ୍ୟ ପଛାଉନାହାଁନ୍ତି ।

ଟ୍ରେଲରକୁ ଦେଖିବା ପରେ ଦର୍ଶକେ ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି । ଅହମଦ ଖାନଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଆସନ୍ତା ମାର୍ଚ୍ଚ ୬ରେ ରିଲିଜ ହେବ । ଫକ୍ସ ଷ୍ଟାର ଷ୍ଟୁଡିଓ ଦ୍ୱାରା ପ୍ରଯୋଜିତ ବାଗୀ-୩ର ପ୍ରଡ୍ୟୁସର ଭାବେ ସାଜିଦ ନାଡିଆଡୱାଲା ରହିଛନ୍ତି ।

Leave A Reply

Your email address will not be published.