Latest Odisha News

BREAKING NEWS

ସରକାରଙ୍କ ବଡ଼ ଘୋଷଣା: ଠିକା କର୍ମଚାରୀ ହେବେ ନିୟମିତ

ଭୁବନେଶ୍ୱର: ଏବେ ଠିକା କର୍ମଚାରୀ ହେବେ ନିୟମିତ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଅନେକ ବର୍ଷ ଧରି କମ କରୁଥିବା ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବିହୋଇ ଆସୁଥିଲା । ଆଉ ସରକାର ଏହାକୁ ଗୁରୁତର ସହ ନେବା ସହ ନିଷ୍ପତ୍ତି ଶୁଣାଇଛନ୍ତି । ଏନେଇ ବିଭାଗୀୟ ଅତିରିକ୍ତ ସଚିବ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ନିର୍ଦ୍ଦେଶନାମାରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଯାଞ୍ଚ କମିଟି ଗଠନ ହେବ । ଏଥିରେ ସାଧାରଣ ପ୍ରଶାସନ, ଜଳସମ୍ପଦ, ଆଇନ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ସଦସ୍ୟ ରହିବେ। ଉକ୍ତ କମିଟି ବିଭିନ୍ନ ବିଭାଗରେ ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟରତ କର୍ମଚାରୀଙ୍କ ନିୟମିତକରଣ ଲାଗି ସରକାରଙ୍କ ନୀତିଗତ ଢାଞ୍ଚା ଏବଂ ଆଇନଗତ ସ୍ଥିତିକୁ ପରୀକ୍ଷା କରିବ ।

ଉକ୍ତ କମିଟି ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ଏବଂ ହୋଇ ନ ଥିବା କେଉଁ ପଦବୀରେ, କେଉଁ ବିଭାଗରେ କେତେସଂଖ୍ୟକ ନିଯୁକ୍ତି ହୋଇଛି ଏବଂ ସେଥିମଧ୍ୟରେ କେତେସଂଖ୍ୟକ କେଉଁବର୍ଗର କର୍ମଚାରୀ ରହିଛନ୍ତି ତାହା ଯାଞ୍ଚ କରିବ ।

ଏହା ସହ ଠିକା ନିଯୁକ୍ତି ବେଳେ ସରକାରଙ୍କ ନିଯୁକ୍ତି ନିୟମ ଠିକ୍‌ ଭାବେ ବିଭାଗଗୁଡ଼ିକ କାର୍ଯ୍ୟକାରୀ କରିଛନ୍ତି କି ନାହିଁ ତାହା ମଧ୍ୟ ପରଖିବ। ଏଥିସହିତ ଗ୍ରୁପ୍‌ ବି’, ସି’ ଓ ଡି’ ପଦବୀ(ଚୁକ୍ତିଭିତ୍ତିକ ନିଯୁକ୍ତି) ନିୟମ-୨୦୧୩ ପ୍ରଣୟନ ପୂର୍ବରୁ କରାଯାଇଥିବା ନିଯୁକ୍ତି ମାମଲାଗୁଡ଼ିକର ଯାଞ୍ଚ କରିବ ।

Leave A Reply

Your email address will not be published.