ନୂଆଦିଲ୍ଲୀ: ଆସନ୍ତା ୧୬ରେ ହେବ କେଜ୍ରିୱାଲଙ୍କ ରାଜତିଲକ । ରାମ ଲୀଲା ମୈଦାନରେ ନେବେ ଶପଥ । ଲଗାତର ତୃତୀୟ ଥର ପାଇଁ ଦିଲ୍ଲୀର ଶାସନ ଗାଦିରେ ବସିବେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି ବିପୁଳ ବିଜୟ ହାସଲ କରିବା ପରେ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏନେଇ ରାମଲୀଲା ମୈଦାନରେ ଭବ୍ୟ ସମାରୋହର ଆୟୋଜନ କରାଯିବ । ଏହି ଶପଥ ସମାରୋହରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଶପଥ ସମାରୋହ ପୂର୍ବରୁ ଆଜି ଆପ୍ ବିଧାୟକ ଦଳ ବୈଠକ ବସୁଛି । ଏଥିରେ କେଜ୍ରିୱାଲଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯିବ । ତା’ପରେ ସରକାର ଗଠନ ନେଇ ଦଳ ପକ୍ଷରୁ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲଙ୍କୁ ଦାବି ପତ୍ର ପ୍ରଦାନ କରାଯିବ । ଦିଲ୍ଳୀ ବିଧାନସଭା ନିର୍ବାଚନରେ ଆପ୍ ଏକାକୀ ୬୨ ଆସନ ହାତେଇଛି । ବିଜେପିକୁ ମାତ୍ର ୮ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । ସେପଟେ କଂଗ୍ରେସ ଜମାରୁ ଖାତା ଖୋଲି ପାରିନାହିଁ ।
BREAKING NEWS
- ଦେଶବ୍ୟାପୀ ଆସନ୍ତାକାଲି ବ୍ୟାଙ୍କ ଧର୍ମଘଟ, ସପ୍ତାହକୁ ୫ ଦିନ କାମ…
- ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଏସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
- ଟ୍ରମ୍ପଙ୍କ ବଡ଼ ଘୋଷଣା : ରିପବ୍ଲିକାନ୍ ଜିତିଲେ ପ୍ରତ୍ୟେକ ବରିଷ୍ଠ ଆମେରିକୀୟଙ୍କୁ ମିଳିବ ୫,୦୦୦ ଡଲାର
- ପ୍ରବଳ ବର୍ଷା ଆଶଙ୍କା; ମୟୂରଭଞ୍ଜରେ ଆଜି ସମସ୍ତ ସ୍କୁଲ ଛୁଟି ଘୋଷଣା
- ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ଏହି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
- ଟ୍ରେନ୍ ଧକ୍କାରେ ଦନ୍ତା ହାତୀ ମୃତ
- ବାଂଲାଦେଶକୁ ଧୋକା ଦେଲା ଚୀନ୍ : ଚାଇନା ନିର୍ମିତ ଟ୍ୟାଙ୍କ ବିସ୍ଫୋରଣରେ ୨ ଯବାନ ସହିଦ
- ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀଙ୍କ ଆହ୍ୱାନ
- ଭାରତ ରତ୍ନ ସିଏନଆର ରାଓଙ୍କୁ ‘SIR’ ନୋଟିସ କରାଯାଇଥିବା ରିପୋର୍ଟକୁ ଖଣ୍ଡନ କଲା ECI
- ବଙ୍ଗରେ ତେଜୁଛି ‘ଆମିଷ’ ବିବାଦ: ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ରାଜ୍ୟ ବିଜେପି ମୁଖ୍ୟଙ୍କ ନିଶାନା, କହିଲେ-‘ବଙ୍ଗାଳୀମାନେ ମାଛ ଓ ମାଂସ ଖାଇବେ’

Comments are closed.