Latest Odisha News

BREAKING NEWS

ଜ୍ଞାନେଶ କୁମାରଙ୍କୁ ୪୮ଘଂଟାରେ ଡେଡଲାଇନ୍, ନହେଲେ ପ୍ରତିବାଦ: CJP

ନୂଆଦିଲ୍ଲୀ: ଜନ୍ତର ମନ୍ତର-୨ ରିଟର୍ଣ୍ଣସ୍ ।  ଜନ୍ତରମନ୍ତର ଜନସମୁଦ୍ର କରିବ କକରୋଚ୍ ଜନତା ପାର୍ଟି । ଏଥର କିନ୍ତୁ ଟାର୍ଗେଟ୍ ଭାରତୀୟ ନିର୍ବାଚନ କମିଶନ । ଜ୍ଞାନେଶ କୁମାରଙ୍କୁ ୪୮ ଘଂଟାର ଡେଡଲାଇନ୍ ଦେଇଛି ସିଜେପି । ନିର୍ଦ୍ଧାରିତ ସମୟସୀମାରେ ଇସ୍ତଫା ନଦେଲେ ପୁଣି ଜନ୍ତରମନ୍ତର ପାଲଟିବ ରଣକ୍ଷେତ୍ର । ଦିଲ୍ଲୀ ସହ ସାରା ଦେଶରେ ତେଜିବ ଘମାଘୋଟ ଆନେ୍ଦାଳନ । ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ଭୋଟର ତାଲିକାର ସର୍ବଭାରତୀୟ ସ୍ତରୀୟ ଏସଆଇଆର ସମ୍ବନ୍ଧୀୟ ନିଷ୍ପତି ଉପରେ ୨ଜଣ ନିର୍ବାଚନ କମିଶନରଙ୍କ ଆପତି ଉପରେ ପ୍ରଶ୍ନ ଉଠାଇଛି ସିଜେପି । ଭୋଟର ତାଲିକାରୁ ୧୩ କୋଟିରୁ ଅଧିକ ଲୋକଙ୍କ ନାଁ କାଟିଥିବାରୁ ଘଟଣାକୁ ନିନ୍ଦା କରିଛି ସିଜେପି । ପ୍ରେସମିଟ୍ କରି ନିର୍ବାଚନ ଆୟୋଗଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ତେବେ ୪୮ ଘଂଟା ମଧ୍ୟରେ ଜ୍ଞାନେଶ କୁମାର ଇସ୍ତଫା ନଦେଲେ ଦେଶବ୍ୟାପୀ ଆନେ୍ଦାଳନ ହେବ ବୋଲି ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦୀପକେ କହିଛନ୍ତି । ସେ ଜ୍ଞାନେଶଙ୍କୁ ରଷ୍ଟ୍ରବିରୋଧୀ ଓ ଦେଶଦ୍ରୋହୀର ଆଖ୍ୟା ମଧ୍ୟ ଦେଇଛନ୍ତି । ଅଭିଜିତଙ୍କ ସହ ପ୍ରେସମିଟରେ ସୌରଭ ଦାଶ ଓ ଆଶୁତୋଷ ରାଙ୍କା ଉପସ୍ଥିତ ଥିଲେ । ସିଜେପିର ମୋଟ୍ ୩ଟି ଦାବି ରହୁଛି । ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା, ତାଙ୍କ ନାମରେ ଅପରାଧୀକ କାର୍ଯ୍ୟାନୁଷ୍ଠାନ ସହ କିଏ ତାଙ୍କୁ ଏହି ବେଆଇନ କାମ କରିବାକୁ ନିଦେ୍ର୍ଦଶ ଦେଇଥିଲେ ତାହା ଲୋକ ଲୋକଲୋଚନକୁ ଆସୁ ବୋଲି ଦାବି କରିଛନ୍ତି । ଦ୍ୱିତୀୟ ଦାବି ହେଉଛି ଆଗାମୀ ସମସ୍ତ ନିର୍ବାଚନ ଉପରେ ରୋକ୍ ଲଗାଯାଉ । ଏସଆଇଆରର ସମସ୍ତ ନିସ୍ପତି ଗ୍ରହଣ ପ୍ରକ୍ରିୟାର ଯାଂଚ ପାଇଁ ଅଲଗା ଏକ କମିଶନ ଗଠନ ହେଉ । ସାଧାରଣ ଲୋକଙ୍କ ବିଶ୍ୱାସଭାଜନ ହେବା ପାଇଁ ନିର୍ବାଚନ ଆୟୋଗର ପୁର୍ନଗଠନ ପାଇଁ ନୂଆ ଆଇନ ଆସୁ ବୋଲି ଦାବି କରିଛି ସିଜେପି । ଏମିତିକି କୁମାରଙ୍କ ଦାୟିତ୍ୱ ଗ୍ରହଣ ପରେ ବିଜେପିର ଭୋଟ୍ ଅଂଶ ବୃଦ୍ଧି ପାଇଛି ବୋଲି ଅଭିଯ୍ୟୋଗ କରିଛନ୍ତି ଦୀପକେ । ମୋଦି ନୁହଁନ୍ତି କୁମାର ହିଁ ବିଜେପିର ଚେହେରା ବୋଲି କହିଛନ୍ତି ଦୀପକେ । ଏହି କ୍ଷତି କେବଳ ଭୋଟରଙ୍କ ମଧ୍ୟରେ ସୀମିତ ନଥିଲା, ଆୟୋଗରେ ନିଜ ସଦସ୍ୟଙ୍କ ମଧ୍ୟରେ ଭିନ୍ନ ମତ ମଧ୍ୟ ଦେଖାଦେଇଥିଲା । ୧୧ ମାସରେ ୧୪ଟି ଅଭିଯୋଗ । ନାମ ଯୋଡିବା ଓ ହଟାଇବାରେ ଅନିୟମିତତା ପରିଲକ୍ଷିତ ହୋଇଥିଲା । ଯାହା ଏକ ବଡ ଷଡଯନ୍ତ୍ର ଆଡକୁ ଇଙ୍ଗିତ କରିଥିଲା । ସାଧାରଣତଃ ଯୁବପିଢୀଙ୍କ ଭୋଟ୍ ଦେବା ହକ୍ ଛଡାଯାଇଛି । ବ୍ୟବସ୍ଥାଟି ସମ୍ପୂର୍ଣ୍ଣ ଭିତିିହୀନ ହୋଇପଡିଛି । ନୂତନ ଭୋଟରଙ୍କୁ ଯୋଡବାକୁ ହୋଇଥିବା ଫର୍ମ-୬ରେ ମଧ୍ୟ ତ୍ରୁଟି ଥିବା ଅଭିଯୋଗ ହୋଇଛି । ଏସଆଇଆର ସମୟରେ ନୂତନ ଆବେଦନକାରୀଙ୍କୁ ପଚରାଯାଇଥିଲା ପିତାମାତାଙ୍କୁ ଚିନ୍ନଟ କରାଯାଇଛି କି ନାହିାଁ ତାର ଉତର ଦେବା ବାଧ୍ୟତାମୂଳକ ନୁହେଁ ବୋଲି ବି ଇସିଆଇ କହିଥିଲେ । ପଶ୍ଚିମବଙ୍ଗରେ ନାମ ମେଳ ଖାଉନଥିବା ଓ ପିତାମାତାଙ୍କ ଚିହ୍ନଟ ହୋଇଥିବା ଆଳରେ ୬୦ ଲକ୍ଷ ଭୋଟରଙ୍କୁ ବାଦ୍ ଦିଆଯାଇଛି । ଯେଉଁଥିପାଇଁ ଗତକାଲି ମମତା ବାନାର୍ଜୀ ମଧ୍ୟ ଭିଡିଓ ବାର୍ତା ମାଧ୍ୟମରେ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଥିଲେ । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ପରେ ପ୍ରାୟ ୩୩ଲକ୍ଷ ଭୋଟରଙ୍କ ନା ଯୋଡାଯାଇଛି । କେବଳ ସେତିକି ନୁହେଁ ଭୋଟର ତାଲିକାରୁ ବାଦ୍ ପଡିଥିବା ଲୋକ କିମ୍ବା ପରିବାର ସରକାରୀ ଯୋଜନାପାଇପାରିବେ ନାହିଁ ବୋଲି ସିଜେପି କହିଛି । ପଶ୍ଚିମବଙ୍ଗରେ ବାଦ୍ ପଡିଥିବା ୯୦ପ୍ରତିଶତ ଭୋଟର ସେମାନଙ୍କୁ ତାଲିକା ଅନ୍ତର୍ଭୂକ୍ତ କରିବାକୁ ଅପିଲ୍ କରିଛନ୍ତି । ଜ୍ଞାନେଶ କୁମାରଙ୍କୁ କିଏ ସେ ଅଧିକାର ଦେଲା, ଆମର ଭୋଟିଂ ଅଧିକୋର ଛଡାଇବାକୁ ବୋଲି ପ୍ରଶ୍ନ କରିଛି ସିଜେ । ଏହାସହ ବିରୋଧୀ ଦଳଙ୍କୁ ସିଜେପି ଅନୁରୋଧ କରିଛି, ଯଦି ସେ ଏହି ୍ରକ୍ରିୟା ତାଙ୍କ ବିରୋଦ୍ଧରେ ଜାଲିଆତି ପରି ଲାଗୁଛି ତେବେ ସେ ନିର୍ବାଚନ ଲଢନ୍ତୁ ନାହିଁ । ପୂର୍ବରୁ ଯୁବ ଶକ୍ତି ଗୋଷ୍ଠୀ ସିଜେପିର ରଣହୁଙ୍କାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଗାଦି ଛାଡିଥିଲେ । ନିଟ୍ ପେର ଲିକ୍ ବିବାଦକୁ ନେଇ ଇସ୍ତଫା ଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏବେ ପୁଣି ଏସଆଇଆର ଜାଲିଆତିରେ ପଂଝାରେ ପଡିଛନ୍ତି ଜ୍ଞାନେଶ କୁମାର ।

Leave A Reply

Your email address will not be published.