Latest Odisha News

BREAKING NEWS

ଏଠାରେ ହେବ ବୃହତ ଜାହାଜ ତିଆରି କାରଖାନା;ଉଚ୍ଚସ୍ତରୀୟ ଟିମ କ୍ଷେତ୍ର ପରିଦର୍ଶନ,ଖର୍ଚ୍ଚ ହେବ ପ୍ରାୟ ୨୪ ହଜାର ୭ଶହ କୋଟି

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ନୂତନ ଆଶା, ବିକାଶ ସହ ବ୍ୟାପକ ନିଯୁକ୍ତି ସୁଯୋଗ ନେଇ ଆସୁଛି ପ୍ରସ୍ତାବିତ ଜାହାଜ ତିଆରି କାରଖାନା। ବୃହତ ଜାହାଜ ତିଆରି କାରଖାନା ମହାକାଳପଡ଼ାର ଉପକୂଳ ଅଞ୍ଚଳରେ ତିଆରି ହେବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ୨ ହଜାର ଏକର ଜମିରେ ହେବାକୁ ଥିବା କାରଖାନା ପାଇଁ ଖର୍ଚ୍ଚ ହେବ ପ୍ରାୟ ୨୪ ହଜାର ୭ଶହ କୋଟି ଟଙ୍କା। ପ୍ରସ୍ତାବିତ ଜାହାଜ ତିଆରି କାରଖାନା ପାଇଁ ଏକ ଉଚ୍ଚସ୍ତରୀୟ ଟିମ କ୍ଷେତ୍ର ପରିଦର୍ଶନ କରିଛନ୍ତି।

ସୂଚନାଥାଉକି, ଓଡିଶା ସରକାରଙ୍କ ବାଣିଜ୍ୟ ପରିବହନ ବିଭାଗ ତତ୍ତ୍ବାବଧାନରେ ପାରାଦ୍ବୀପ ପୋର୍ଟ ଟ୍ରଷ୍ଟ ଅଥରିଟି ଓ ଓଡ଼ିଶା ମେରିଟାଇମ ବୋର୍ଡ ମଧ୍ୟରେ ସ୍ବାକ୍ଷରିତ ହୋଇଛି ଚୁକ୍ତି।

ଏହି ବୃହତ ଜାହାଜ ତିଆରି କାରଖାନା ହେଲେ ମହାକାଳପଡ଼ାର ବିକାଶ ହେବା ସହ ସୃଷ୍ଟି ହୋଇପାରିବ ବ୍ୟାପକ ନିଯୁକ୍ତି ସୁଯୋଗ । ଏନେଇ ସମଗ୍ର ଜିଲ୍ଲାରେ ଖେଳିଯାଇଛି ଆନନ୍ଦର ଲହରୀ ।

Leave A Reply

Your email address will not be published.