ମୁମ୍ବାଇ: ପୁଣି ଥରେ ପରଦାରେ ଦେଖିବାକୁ ମିଳିଛି ଟାଇଗର-ଶ୍ରଦ୍ଧାଙ୍କ ରୋମାନ୍ସ । ସାମ୍ନାକୁ ଆସିଛି ଅପ୍କମିଂ ଫିଲ୍ମ ବାଗି-୩ର ପ୍ରଥମ ଗୀତ ‘ଦଶ ବାହାନେ କର୍ କେ ଲେଗୟେ ଦିଲ୍-୨.୦’ । ଗୀତରେ ଶ୍ରଦ୍ଧା ଏବଂ ଟାଇଗରଙ୍କ ଦମ୍ଦାର ଡ୍ୟାନ୍ସ ସାଙ୍ଗକୁ ସିଜଲିଙ୍ଗ କେମେଷ୍ଟ୍ରୀ ମଧ୍ୟ ଦେଖିବାକୁ ମିଳିଛି।
ଏହି ଗୀତକୁ କେକେ ଏବଂ ଶାନ୍ ଗାଇଛନ୍ତି । ପୂର୍ବରୁ ରିଲିଜ ହୋଇଥିବା ‘ଦଶ ବାହାନେ କର୍କେ ଲେଗୟେ ଦିଲ୍’ର ଏହା ରିମେକ୍ । ଅହମଦ ଖାନ୍ଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ ‘ବାଗି’ ସିରିଜର ଏହା ହେଉଛି ଥାର୍ଡ ପାର୍ଟ । ଫିଲ୍ମର ଲିଡ୍ ରୋଲ୍ରେ ଶ୍ରଦ୍ଧା କପୁର ଓ ଟାଇଗର ସ୍ରଫ୍ ଥିବା ବେଳେ ଅନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ରିତେଶ ଦେଶମୁଖ । ଆସନ୍ତା ମାର୍ଚ୍ଚ ୬ରେ ଫିଲ୍ମଟି ପରଦାକୁ ଆସିବ ।
BREAKING NEWS
- Ama Bus:ପୁଣି ଆମ ବସ୍ ଧକ୍କାରେ ଗଲା ଜୀବନ, ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ
- ଉଦଯାପିତ ହେଲା ୩୬ ତମ କୋଣାର୍କ ଉତ୍ସବ; ଶେଷ ସନ୍ଧ୍ୟାରେ ଯୋଗ ଦେଲେ ରାଜ୍ୟପାଳ
- Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …
- 37th Sub Junior National Badminton Championship: ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶା
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
Comments are closed.