Latest Odisha News

କରୋନା ଭୂତାଣୁ: ମକ୍କା ମଦିନା ଯାତ୍ରା ଉପରେ ଲାଗିଲା ରୋକ

ସାଉଦି ଆରବ: ସୁନାମି ପରି ମାଡି ଚାଲିଛି କରୋନା ଭୂତାଣୁ । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଚୀନ୍ ସମତେ ଚାରିଆଡେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏହି ଭୂତାଣୁର ଭୟ ଏବେ ସାଉଦି ଆରବକୁ ମଧ୍ୟ ଘାରିଛି । ଏଥିପାଇଁ ମକ୍କା-ମଦିନା ଯାତ୍ରା ଉପରେ ରୋକ ଲଗାଯାଇଛି । ସାଉଦି ଆରବ ମକ୍କା-ମଦିନାକୁ ଆସୁଥିବା ଯାତ୍ରୀଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ବିଦେଶ ମନ୍ତ୍ରାଳୟ । ହଜ ଯାତ୍ରା ପୂର୍ବରୁ ସାଉଦି ଆରବ ଏଭଳି ନିଷ୍ପତି ନେଇଛି।
କେବଳ ସେତିକି ନୁହେଁ ମକ୍କା ସହ ମଦିନାରେ ଅବସ୍ଥିତ ପେଗମ୍ବର ମହମ୍ମଦଙ୍କ ମସଜିଦ ଯାତ୍ରାକୁ ମଧ୍ୟ ବ୍ୟାନ୍ କରାଯାଇଛି । କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ପୁରା ବିଶ୍ୱ ସହ ସାଉଦି ଆରବ ଏକାଠି ହୋଇ ଲଢ଼ିବ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସୂଚନା ଯୋଗ୍ୟ ଯେ, ଏହି ମାରାତ୍ମକ ଭୂତାଣୁ ସଂକ୍ରମଣ ଯୋଗୁଁ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୮୧ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.