Latest Odisha News

ଭାରତ ୯୭ ରନରେ ଅଗ୍ରଣୀ

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଓଭରାଲ ୯୭ ରନର ଅଗ୍ରଣୀ ହାସଲ କରିଛି । ଭାରତ ପ୍ରଥମ ଇନିଂସରେ ୨୪୨ ରନ କରିଥିଲା । ଜବାବରେ ଘରୋଇ ଦଳ ଟିମ୍ ଇଣ୍ଡିଆ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୨୩୫ ରନରେ ଅଲଆଉଟ ହୋଇଯାଇଥିଲା । ଟମ ଲାଥାମ ୫୨ ରନର ଇନିଂସ ଖେଳିଥିଲେ ।ଭାରତ ପକ୍ଷରୁ ମହମ୍ମଦ ସାମି ୪ଟି, ଯଶପ୍ରୀତ ବୁମରାହ ୩ଟି ଓ ରବୀନ୍ଦ୍ର ଜାଡେଜା ୨ଟି ଉଇକେଟ ଅକ୍ତିଆର କରିଥିଲେ । ଦ୍ୱିତୀୟ ଇନିଂସରେ ଭାରତ ୬ ଉଇକେଟ ହରାଇ ୯୦ ରନ ସଂଗ୍ରହ କରିଛି । ଚେତେଶ୍ୱର ପୂଜାରା ୨୪ ରନ କରିଥିଲେ । ନ୍ୟୁଜିଲାଣ୍ଡ ତରଫରୁ ଟ୍ରେଂଟ ବୋଲ୍ଟ ସବୁଠାରୁ ସଫଳ ବୋଲର ଭାବେ ୩ଟି ଉଇକେଟ ଅକ୍ତିଆର କରିଛନ୍ତି । ଅଧିନାୟକ ବିରାଟ କୋହଲି ପୁର୍ନବାର ବ୍ୟାଟିଂରେ ନିରାଶ କରିଛନ୍ତି ।

Comments are closed.