ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ବଲିଉଡ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର । ପ୍ରଥମ ଝଲକରେ ଦେଖିବାକୁ ମିଳିଛି ଦମଦାର ଆକ୍ସନ । ଟ୍ରେଲରରେ ମୁଭିର ସମସ୍ତ କଳାକାରଙ୍କ ଜବରଦସ୍ତ ଷ୍ଟଂଟ ସିନ୍ ରହିଛି । ଏହି ହାଇବଜେଟ୍ ଫିଲ୍ମର ଲିଡ୍ ରୋଲ୍ ଅକ୍ଷୟ କୁମାର ଥିବା ବେଳେ ତାଙ୍କ ଅପଜିଟ୍ରେ ଅଛନ୍ତି କ୍ୟାଟ୍ରିନା କୈଫ୍ ।
ଏଥିସହ ଏହି ଆକ୍ସନ ପ୍ୟାକ୍ ଫିଲ୍ମରେ ‘ସିମ୍ବା’ ଏବଂ ‘ସିଂଘମ’ର ତଡ୍କା ମଧ୍ୟ ଦେଖିବାକୁ ମିଳିବ । ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମରେ ଅକ୍ଷୟ କୁମାର ଏସ୍ଟିଏଫ୍ ଅଫିସର ଭୂମିକାରେ ନଜର ଆସିବେ । ସେହିପରି କ୍ୟାଟ୍ରିନାଙ୍କୁ ତାଙ୍କ ପତ୍ନୀ ଭୂମିକାରେ ଦେଖିବାକୁ ମିଳିବ ।
ରିଲିଜ ହୋଇଥିବା ଏହି ଫିଲ୍ମ ଟ୍ରେଲରର ଲାଷ୍ଟ ସିନ୍ରେ ‘ସିମ୍ବା’ ତଥା ରଣବୀର ସିଂହଙ୍କ ଏଣ୍ଟ୍ରି ହେଉଛି । କେବଳ ସେତିକି ନୁହେଁ ରଣବୀରଙ୍କ ଏଣ୍ଟ୍ରି ପରେ ପରେ ‘ସିଂଘମ’ ତଥା ଅଜୟ ଦେବଗନଙ୍କ ମଧ୍ୟ ଦମଦାର ଏଣ୍ଟ୍ରି ହେଉଥିବା ଦେଖିବାକୁ ମିଳିଛି । ୪ ମିନିଟ୍ ୧୪ ସେକେଣ୍ଡର ଏହି ଟ୍ରେଲରଟି ରିଲିଜ ହେବା ପରେ ସୋସିଆଲ୍ ମିଡିଆରେ ବେଶ୍ ଧମାଲ କରିଛି । ମୁଭିଟି ଆସନ୍ତା ୨୪ ତାରିଖରେ ପରଦାକୁ ଆସିବ ।
BREAKING NEWS
- ବେଆଇନ ପଥର ଗାଡ଼ି ଧରିବାକୁ ଯାଇ ମାଡ଼ ଖାଇଲେ ଦୁଇ କନିଷ୍ଠ ଖଣି ଅଧିକାରୀ
- ଭାରତ-ରୁଷ ଘନିଷ୍ଠତା ପାଇଁ ପୁଟିନ ନୁହେଁ, ଟ୍ରମ୍ପ ଦାୟୀ!
- ଦୁର୍ଘଟଣାରେ ଗର୍ଭବତୀ ପତ୍ନୀ ଓ ସ୍ବାମୀ ମୃତ…
- ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ଅପପ୍ରଚାର, ଏଫ୍ଆଇଆର୍ ରୁଜୁ…
- ଏଏନଏମ ପରୀକ୍ଷା ବାତିଲ; ବର୍ଷିଲେ ନବୀନ
- T20 Match Ticket: ବାରବାଟୀ ଟିକେଟ ବିକ୍ରି ଶେଷ, ଦିନକରେ ସରିଗଲା ୧୦ ହଜାର ଟିକେଟ୍
- MKBY; ଝିଅ ବାହାଘର ପାଇଁ ଆଉ ନାହିଁ ଚିନ୍ତା, ଟାଙ୍କା ସହ ଉପହାର ଦେବେ ମୁଖ୍ୟମନ୍ତ୍ରୀ
- Odisha Winter: ରାଜ୍ୟରେ ହାଡ଼ଭଙ୍ଗା ଶୀତ: ୨ ଡିଗ୍ରୀ ସେଲସିୟସକୁ ଖସିଲା ପାରଦ
- ଇଣ୍ଡିଗୋ ସଙ୍କଟ: ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି
- ଇଣ୍ଡିଗୋ ସଙ୍କଟ ମଧ୍ୟରେ ରେଳବାଇର ବଡ଼ ଘୋଷଣା; ୩୭ ଟ୍ରେନରେ ଯୋଡାଗଲା ୧୧୬ କୋଚ୍
Comments are closed.