Latest Odisha News

BREAKING NEWS

ହୋଲିରେ କିପରି ନେବେ ନିଜ ତ୍ୱଚାର ଯତ୍ନ, ଜାଣନ୍ତୁ…

ଭୁବନେଶ୍ୱର: ଆସୁଛି ରଙ୍ଗର ପର୍ବ ହୋଲି । ଏହିଦିନ ପରସ୍ପର ପରସ୍ପରକୁ ନାନା ପ୍ରକାରର ରଙ୍ଗ ଲଗାଇ ହୋଲିର ଶୁଭକାମନା ଜଣାଇଥାନ୍ତି । ତେବେ ଏହି ଖୁସିର ପର୍ବରେ ସାବଧାନତା ଅବଲମ୍ବନ ନକଲେ ଏହା ଦୁଃଖରେ ପରିଣତ ହୋଇଯାଏ ।

ତେବେ ହୋଲି ପୂର୍ବରୁ କିପରି ନିଜ ତ୍ୱଚାର ଯତ୍ନ ନେବେ ଆସନ୍ତୁ ଜାଣିବା…

ଆମେ ବଜାରରୁ ଆଣି ଖେଳୁଥିବା ଫଗୁ ସଂପୂର୍ଣ୍ଣ ରୂପେ ବିପଦମୁକ୍ତ ହୋଇନଥାଏ ତେଣୁ ଏହାପ୍ରତି ଯତ୍ନବାନ ରହିବା ନିହାତି ଆବଶ୍ୟକ ।

ହୋଲି ଖେଳିବା ପୂର୍ବରୁ କେଶ ଓ ଦେହରେ ଭଲ ଭାବରେ କ୍ରିମ କିମ୍ବା ତେଲକୁ କେଶ ଓ ଚର୍ମରେ ଭଲ ଭାବରେ ମାଲିସ କରନ୍ତୁ।
ଓଠରେ ଲିପବାମ ଲଗାଇବାକୁ ଭୁଲନ୍ତୁ ନାହିଁ।
ଆଲୋବେରା ଜେଲକୁ କ୍ଷୀର ସହ ମିଶାଇ ସ୍କିନରେ ଲଗାନ୍ତୁ।
ନଖରେ ମଧ୍ୟ ହୋଲି ଲାଗି ରହିଯାଏ। ତେଣୁ ଖେଳିବା ପୂର୍ବରୁ ନଖରେ ନେଲପଲିସ ଲଗାଇ ଦିଅନ୍ତୁ।
ରଙ୍ଗ ଖେଳିବା ସମୟରେ ମୁଣ୍ଡକୁ ଘୋଡାଇ ରଖନ୍ତୁ, ଯଥା ସମ୍ଭବ କେଶକୁ ରଙ୍ଗରୁ ଦୁରେଇ ରଖନ୍ତୁ ।
ହୋଲି ଖେଳିବା ପରେ କଣ କରିବା ଦରକାର…
ହୋଲି ଖେଳି ସାରିବା ପରେ ଦୁଇ ଚାମଚ ଅଲିଭ ଅଏଲ, ଦୁଇ ତିନି ବୁନ୍ଦା ଲେଢମ୍ଭୁ ରସ, ଚାରି ଚାମଚ ମହୁକୁ ମିଶାଇ ମୁଣ୍ଡରେ ଲଗାଇ କିଛି ସମୟ ପରେ ଧୋଇ ଦିଅନ୍ତୁ।
ଲେମ୍ଭୁ ଦାଗ ଛଡେଇବାରେ ସହାୟକ ହୋଇଥାଏ। ତେଣୁ ଶରୀରର ଯେଉଁ ସ୍ଥାନରୁ ରଙ୍ଗ ଛାଡୁ ନାହିଁ ସେହି ସ୍ଥାନରେ ଲେମ୍ଭୁ ଘଷନ୍ତୁ ଛାଡିଯିବ।

Comments are closed.