ନୂଆଦିଲ୍ଲୀ: ଲକ ଡାଉନ ବେଳେ ମିଳିବ ୨୪ ଘଂଟିଆ ବିଜୁଳି ସେବା । ଏଥିପାଇଁ ଶକ୍ତି ବିଭାଗ ପ୍ରତିଶୃତି ବଦ୍ଧ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍.କେ ସିଂହ କହିଛନ୍ତି । ମହାମାରୀ କରୋନା ସମୟରେ ଗ୍ରାହକ ଏବଂ ପ୍ରତିଷ୍ଠାନକୁ ୨୪ ଘଂଟିଆ ବିଜୁଳି ସେବା ଯୋଗାଇଦେବା ପାଇଁ ବିଦ୍ୟୁତ୍ କ୍ଷେତ୍ରର ଉତ୍ପାଦନ, ପ୍ରସାରଣ, ବଣ୍ଟନ ଏବଂ ସିଷ୍ଟମ୍ ଅପରେସନ୍ର ସମସ୍ତ କର୍ମଜୀବୀ ଦିନରାତି କାମ କରୁଛନ୍ତି ।
ବିଦ୍ୟୁତ୍ ଉତ୍ପାଦନର ପ୍ରାୟ ୭୦% କୋଇଲା ଭିତ୍ତିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରୁ ଆସିଥାଏ ଜ୍ଝ ଘରୋଇ କୋଇଲା କମ୍ପାନୀ ଦ୍ୱାରା କୋଇଲା ଯୋଗାଣ ଏବଂ ରେଳପଥ ଦ୍ୱାରା ପରିବହନ ବଜାୟ ରଖିବା ପାଇଁ ମନ୍ତ୍ରାଳୟ ରେଳ ଓ କୋଇଲା ମନ୍ତ୍ରାଳୟ ସହ ଯୋଗାଯୋଗ କରୁଛି ।
ଲକ ଡାଉନ୍ ହେତୁ ଗ୍ରାହକମାନେ ବିତରଣ କମ୍ପାନୀ (ଡିସକମ୍) କୁ ସେମାନଙ୍କର ଦେୟ ଦେବାକୁ ଅସମର୍ଥ । ଏଭଳି ସ୍ଥିତିରେ କେନ୍ଦ୍ର ମନ୍ତ୍ରୀ ଆର.କେ. ସିଂହ ଗୁରୁତ୍ୱପୂର୍ଣ୍ଣ ରିଲିଫ୍ ପଦକ୍ଷେପକୁ ଅନୁମୋଦନ କରିଛନ୍ତି।
ବର୍ତ୍ତମାନ ସ୍ଥିତିରେ କମ୍ପାନୀ ଗୁଡିକର ବକେୟା ଥିଲେ ମଧ୍ୟ ସିପିଏସୟୁ ଜେନେରେସନ୍ ଏବଂ ଟ୍ରାନ୍ସମିସନ୍ କମ୍ପାନୀଗୁଡିକ ବିଦ୍ୟୁତ୍ ଯୋଗାଣ ତଥା ପ୍ରସାରଣ ଜାରି ରଖିବେ । ବର୍ତ୍ତମାନର ଜରୁରୀକାଳୀନ ପରିସ୍ଥିତିରେ କୌଣସି ସଂସ୍ଥା ତଥା କମ୍ପାନୀକୁ ବିଦ୍ୟୁତ ଯୋଗାଣରେ ପ୍ରତିବନ୍ଧକ ରହିବ ନାହିଁ ବୋଲି ଶକ୍ତି ମନ୍ତ୍ରୀ କହିଛନ୍ତି ।
୩୦ ଜୁନ୍ ୨୦୨୦ ପର୍ୟ୍ୟନ୍ତ ବିଦ୍ୟୁତ୍ ଯୋଗାଇବା ପାଇଁ ଉତ୍ପାଦନକାରୀ କମ୍ପାନୀଗୁଡିକ ସହିତ ବିତରଣ କମ୍ପାନୀଗୁଡିକ ଦ୍ୱାରା ରକ୍ଷଣାବେକ୍ଷଣ ଦେୟ ୫୦ ପ୍ରତିଶତ ହ୍ରାସ ପାଇବ ବୋଲି ଶକ୍ତି ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି ।
BREAKING NEWS
- ୨ ଉପମୁଖ୍ୟମନ୍ତ୍ରୀ ପଦବୀ ମାମଲା:ଜନସ୍ୱାର୍ଥ ମାମଲାକୁ ଖାରଜ କଲେ ହାଇକୋର୍ଟ
- ମା’ଙ୍କ ଶେଷକୃତ୍ୟ ପାଇଁ ମିଳିଲା ପାରୋଲ: ୬୫୪ ଦିନ ପରେ ୫ ଘଣ୍ଟା ପାଇଁ ଜେଲ୍ ରୁ ବାହାରିଲେ ଚିନ୍ମୟ କୃଷ୍ଣ
- Heavy Rain: କାଲି ଏହି ଜିଲ୍ଲାର ସମସ୍ତ ଅଙ୍ଗନବାଡି ,ସ୍କୁଲ୍ ଛୁଟି
- ଡକ୍ଟର ପ୍ରତିଭା ରାୟଙ୍କୁ ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ସାହିତ୍ୟ ଅକାଦେମୀ ଫେଲୋସିପ୍ ପ୍ରଦାନ
- ଭୁବନେଶ୍ୱରବାସୀଙ୍କ ମୌଳିକ ସମସ୍ୟା ପ୍ରତି ଚରମ ଅବହେଳା ପ୍ରତିବାଦରେ ବି.ଏମ୍.ସି. ଘେରିଲା ଓଜେସି
- Odisha Orangutan Rescue:ବିଦେଶୀ ବନ୍ୟପ୍ରାଣୀଙ୍କ ଅବୈଧ ଚାଲଣ ପାଇଁ ଓଡ଼ିଶାକୁ ଟ୍ରାଞ୍ଜିଟ୍ ପଥ ହେବାକୁ ଦିଆଯିବ ନାହିଁ: ମୁଖ୍ୟମନ୍ତ୍ରୀ
- ଏଥର ଆଗୁଆ ଆସିପାରେ ଖରାଦିନ, ଶୀଘ୍ର ସମାପ୍ତ ହୋଇପାରେ ମୌସୁମୀ: ପ୍ରସ୍ତୁତି ହେଲେଣି ରାଜ୍ୟ ସରକାର
- ଓରାଙ୍ଗ ଉଟାନ ଚାଲାଣରେ ସମ୍ପୃକ୍ତି ଥିବା ବ୍ୟକ୍ତି ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ନେସନାଲ ଜୁ ଅଥରିଟିକୁ ଚିଠି
- ଟି ସର୍ଟ ମାଧ୍ୟମରେ ଅଗରକରଙ୍କୁ ଟାର୍ଗେଟ କରିଛନ୍ତି କି ରୋହିତ
- Operation Anweshan:ଓଡ଼ିଶା ପୋଲିସକୁ ବଡ ସଫଳତା;୧୦୧ ଶିଶୁ ଉଦ୍ଧାର,ସର୍ବାଧିକ ୩୦ ଶିଶୁ ପଶ୍ଚିମବଙ୍ଗରୁ…

Comments are closed.