Latest Odisha News

BREAKING NEWS

ବାପା ହେବେ ହାର୍ଦ୍ଦିକ

ମୁମ୍ବାଇ:ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି । ହାର୍ଦ୍ଦିକ ଓ ସର୍ବିୟାର ନତାଶା ଷ୍ଟେନୋକୋଭିକ ବର୍ଷ ଆରମ୍ଭରେ ସେମାନଙ୍କ ପ୍ରେମ ସ୍ୱୀକାର କରିବା ସହ ନିର୍ବନ୍ଧ କରିଥିଲେ । ନତାଶା ଗର୍ଭବତୀ ଅଛନ୍ତି ଏବଂ ଆମେ ଦୁଇ ଜଣ ଖୁବ୍ ଶୀଘ୍ର ୨ରୁ ୩ ହେବାକୁ ଯାଉଛି । ନୂଆ ଅତିଥିକୁ ସ୍ୱାଗତ କରିବା ପାଇଁ ବ୍ୟଗ୍ରତା ସହକାରେ ଅପେକ୍ଷା କରୁଛୁ ବୋଲି ପାଣ୍ଡ୍ୟା କହିଛନ୍ତି ।

ନାଚ ବଲିୟେ ଓ ବିଗ ବସରେ ନତାଶା ଅଂଶ ଗ୍ରହଣ କରିଥିଲେ । ସେ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଚଳିତ ବର୍ଷ ଆରମ୍ଭରେ ସମସ୍ତଙ୍କୁ ଚକିତ କରି ଦୁବାଇରେ ହାର୍ଦ୍ଦିକ ଓ ନତାଶା ନିର୍ବନ୍ଧ କରିଥିଲେ । କରୋନା ଭାଇରସ ଲକଡାଉନରେ ଉଭୟ ଏକତ୍ର ରହିଥିଲେ । ହାର୍ଦ୍ଦିକଙ୍କ ବାପା ହେବା ଘୋଷଣା ପୁନର୍ବାର ସମସ୍ତଙ୍କୁ ଚକିତ କରି ଦେଇଛି ।

Leave A Reply

Your email address will not be published.