Latest Odisha News

BREAKING NEWS

ବିଜେପିରେ ସାମିଲ ହେଲେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ

ଭୁବନେଶ୍ୱର:  ରାଜ୍ୟ ବିଜେପିି ସଭାପତି  ସମୀର ମହାନ୍ତିଙ୍କ ଉପସ୍ଥିତିରେ ମଙ୍ଗଳବାର ଦିନ କଂଗ୍ରେସ ନେତା ତଥା ବାରଙ୍ଗ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଗୁରୁ ଚରଣ ସ୍ୱାଇଁ ବିଜେପିିରେ ସାମିଲ ହୋଇଛନ୍ତି । କୁରାଙ୍ଗ ଶାସନର ପୂର୍ବତନ ସରପଂଚ ଦିଲୀପ କୁମାର ପାତ୍ର, ବିଚିତ୍ରାନନ୍ଦ ପ୍ରଧାନ, ଅଶୋକ ଚକ୍ରବର୍ତୀ, ମୁରଲୀଧର ନାୟକଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
BjdElectrycity
ରାଜ୍ୟ ସଭାପତି ଶ୍ରୀ ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି । ଶ୍ରୀ ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ମିଶ୍ରଣ ପର୍ବରେ ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଅନୁସୂତିଚ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁ ତରାଇ, ଛବି ମଲ୍ଲିକ, ଦିଲ୍ଲୀପ ମଲ୍ଲିକ, ପୂର୍ବତନ ବିଧାୟକ ତଥା ସଦର ଜିଲ୍ଲା ସଭାପତି ପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ମିଶ୍ରଣ ସମୟରେ କରୋନା ନିୟମକୁ ପାଳନ କରି ସମସ୍ତେ ସାମାଜିକ ଦୂରତାକୁ ବଜାୟ ରଖିଥିଲେ ।
Leave A Reply

Your email address will not be published.