Latest Odisha News

ଭାରତର ପ୍ରଥମ ସୌରଶକ୍ତି ପରିଚାଳିତ ନୌକା ଆଦିତ୍ୟକୁ ବିଶ୍ୱ ସମ୍ମାନ !

କେରଳ: ଆଦିତ୍ୟ, ଭାରତର ପ୍ରଥମ ସୌରଶକ୍ତି ପରିଚାଳିତ ନୌକା । ୨୦୧୭ରେ କେରଳର ଭେମ୍ବାନଦରେ ଲୋକାର୍ପିତ ହୋଇଥିବା ଏହି ନୌକା ସମ୍ମାନନୀୟ ଗୁସ୍ତାଭେ ଟ୍ରୁଭ୍ ପୁରଷ୍କାର ହାସଲ କରିଛି । ଇଲେକ୍ଟ୍ରିକ୍ ବୋଟ୍ ବିଭାଗରେ ଆଦିତ୍ୟକୁ ବିଶ୍ୱର ସର୍ବଶ୍ରେଷ୍ଠ ଯାତ୍ରିବାହୀ ନୌକାର ଆଖ୍ୟା ମିଳିଛି ।

କେରଳର ନାଭାଲ୍ଟ ବୋଟ୍ସ ଦ୍ୱାରା ନିର୍ମିତ ଏହି ନୌକା ଦିନକୁ ୨୨ଟି ଟ୍ରିପ୍‌ରେ ଲୋକଙ୍କୁ ନେବାଅଣା କରିଥାଏ । ପ୍ରତିଟି ଟ୍ରିପ୍‌ରେ ୭୫ଜଣଙ୍କୁ ଏହି ନୌକା ବୋହିବାରେ କ୍ଷମତା ରଖିଛି । ବିଶ୍ୱସ୍ତରରେ ସମୁଦାୟ ୧୨ଟି ଇଲେକ୍ଟ୍ରିକ୍ ବୋଟ୍ ଗୁସ୍ତାଭେ ଟ୍ରୁଭ୍ ଆୱାର୍ଡ ଦୌଡରେ ସାମିଲ ହୋଇଥିଲେ । ସେଥିମଧ୍ୟରୁ ଏକମାତ୍ର ନୌକା ଭାବେ ଏସୀୟ ଦେଶକୁ ପ୍ରତିନିଧୀତ୍ୱ କରିଥିଲା ଆଦିତ୍ୟ ।

କେରଳ ରାଜ୍ୟ ଜଳ ପରିବହନ ବିଭାଗ ଅଧିନରେ ଏହି ନୌକା ସକ୍ରିୟ ରହିଛି । ବିନା ବାୟୁ, ଜଳ ଓ ଶବ୍ଦ ପ୍ରଦୂଷଣରେ ଏହି ନୌକା ପ୍ରତି ଲୋକଙ୍କର ଚାହିଦା ବଢିଛି । ଆଗାମୀ ଦିନରେ ନୌକା ନିର୍ମାଣ କମ୍ପାନୀ ନାଭାଲ୍ଟ ଡବଲ୍ ଡେକର୍ ଏୟାର କଣ୍ଡିସନ୍ ନୌକା ନିର୍ମାଣ କରିବାକୁ ଲକ୍ଷ ରଖିଛି ।

Leave A Reply

Your email address will not be published.