Latest Odisha News

BREAKING NEWS

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଲେ ୫ ଓରାଙ୍ଗ ଉଟାନ। ବାଲେଶ୍ୱରର ଉଦୟପୁର ଫରେଷ୍ଟ ଅଫିସରୁ ନନ୍ଦନକାନନ ଆସିଲେ ଏହି ବିରଳ ଓରାଙ୍ଗ ଉଟାନ।

ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିଲେ ୫ ଓରାଙ୍ଗ ଉଟାନ। ନନ୍ଦନକାନନ ପ୍ରାଣୀ ଉଦ୍ୟାନର କ୍ୱାରେଣ୍ଟାଇନରେ ରଖାଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଏହି ଘଟଣାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେଇଛନ୍ତି ପ୍ରତିକ୍ରିୟା। ୱାଇଲ୍ଡ ଲାଇଫ୍‌ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋ (WCCB) ତଦନ୍ତ କରିବ ବୋଲି କହିଲେ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ଅନ୍ତର୍ଜାତୀୟ ମାଫିଆ ଚାଲାଣ କରୁ ଥାଇପାରେ, ତେଣୁ ଏହି ମାମଲାରେ ତଦନ୍ତ କରାଯିବ। କାରଣ ଏହି ପ୍ରଜାତି ଭାରତରେ ନାହାନ୍ତି କି ଓଡ଼ିଶାରେ ନାହାନ୍ତି। ମଙ୍ଗଳବାର ସକାଳେ ଉଦୟପୁର ବନବିଭାଗର ଏକ ଟିମ୍ ରଣକୋଠା ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଜଙ୍ଗଲରେ ୫ଟି ଓରାଙ୍ଗଉଟାନକୁ ଦେଖି ବନ କର୍ମଚାରୀମାନେ ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ। ପରେ ବନବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସେମାନଙ୍କୁ ଠାବ କରାଯାଇଥିଲା। ଭାରତୀୟ ଜଙ୍ଗଲରେ ସାଧାରଣତଃ ଓରାଙ୍ଗଉଟାନ ଦେଖାଯାଏ ନାହିଁ। ତେଣୁ ରଣକୋଠା ସଂରକ୍ଷିତ ଜଙ୍ଗଲକୁ ଏହି ୫ଟି ଓରାଙ୍ଗଉଟାନ କେଉଁଠୁ ଏବଂ କିପରି ଆସିଲେ, ତାହାକୁ ନେଇ ବନବିଭାଗ ପକ୍ଷରୁ ଅନୁଧ୍ୟାନ ଆରମ୍ଭ ହୋଇଛି।

 

Leave A Reply

Your email address will not be published.