Latest Odisha News

ଉଦ୍ଧବଙ୍କୁ ହଟେଇ ମୁଖ୍ୟମନ୍ତ୍ରୀ ହେବା ପାଇଁ ଷଡଯନ୍ତ୍ର କରିଥିଲେ ଆଦିତ୍ୟ: ରାଣେ

ମୁମ୍ବାଇ: ବିଜେପି ବିଧାୟକ ନୀତିଶ ରାଣେଙ୍କ ଏକ ବୟାନ ପୁନର୍ବାର ମହାରାଷ୍ଟ୍ର ରାଜନୀତିକୁ ସରଗରମ କରି ଦେଇଛି । ରାଣେ କହିଛନ୍ତି ଉଦ୍ଧବ ଠାକରେଙ୍କୁ ହଟେଇ ପୁତ୍ର ଆଦିତ୍ୟ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବା ପାଇଁ ଷଡଯନ୍ତ୍ର ରଚିଥିଲେ । ମହାବିକାଶ ଅଘାଡି କ୍ଷମତାରେ ଥିବା ବେଳେ ଉଦ୍ଧବ ଅସୁସ୍ଥ ହୋଇ ପଡିଥିଲେ । ସେ ସମୟରେ ତାଙ୍କ ବେକ ଏବଂ ପିଠିରେ ଅସ୍ତ୍ରୋପଚାର ହୋଇଥିଲା । ଆଦିତ୍ୟ ଏହାର ଫାଇଦା ଉଠାଇ ଉପରୋକ୍ତ ଷଡଯନ୍ତ୍ର ରଚିଥିଲେ ବୋଲି ରାଣେ କହିଛନ୍ତି । ଯଶଲୋକ ଡାକ୍ତରଖାନାର ଯେଉଁ ରୁମରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ତାର ସିସିଟିଭି ଫୁଟେଜ ମୋ ପାଖେ ଅଛି ।

ତେବେ ଏନସିପି ଓ କଂଗ୍ରେସର ତୀବ୍ର ବିରୋଧ ଯୋଗୁ ତାଙ୍କ ଉଦ୍ୟମ ବିଫଳ ହୋଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଉଦ୍ଧବ ଅସୁସ୍ଥ ଥିବା ବେଳେ ଆଦିତ୍ୟ ତାଙ୍କ ବନ୍ଧୁମାନଙ୍କ ସହ ଡାଭୋସରେ ମଉଜ ମଜଲିସ କରୁଥିଲେ । ସଞ୍ଜୟ ରାଉତ ସର୍ବଦା ଅନ୍ୟମାନଙ୍କ ଉପରେ ବୟାନ ଦେଉଛନ୍ତି । ଆଦିତ୍ୟଙ୍କ ସମ୍ପର୍କରେ ଯେଉଁ ସବୁ ତଥ୍ୟ ମୁଁ ଦେଲି ତାହା ସତ କିଛି ମିଛ ସେ ପ୍ରମାଣିତ କରନ୍ତୁ । ଅପରପକ୍ଷରେ ଉଦ୍ଧବ ଏ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଆମ ଦଳର ନେତାମାନେ ତାଙ୍କ ମନ୍ତବ୍ୟକୁ କେବେ ହେଲେ ଗୁରୁତ୍ୱ ଦିଅନ୍ତି ନାହିଁ ।

Leave A Reply

Your email address will not be published.